ଉତ୍କଳ ର ସୁଜୋଗ୍ୟା କନ୍ୟା
ଉତ୍କଳ ର ସୁଜୋଗ୍ୟା କନ୍ୟା
ମୁଁ ଗର୍ବ କରେ ମୋ ଉତ୍କଳ ପ୍ରଦେଶ ପାଇଁ
ଏଇ ମାଟିରେ କେତେ କନ୍ୟା ଆସିଲେ ଜନ୍ମ ନେଇ
ଏଇ ମାଟି ଆଜି ଧନ୍ୟ ହୋଇଛି
ବୀର କନ୍ୟା ରତ୍ନକୁ ଦେଶ ପାଇଛି
ନାରୀ କବି କୁନ୍ତଳା କୁମାରୀ ହେଲେ
କେତେ କାବ୍ୟ କବିତାକୁ ଲେଖି ଗଲେ
ଭାରତର ବୁଲ ବୁଲ୍ ହେଲେ ସରୋଜିନୀ
କାବ୍ୟ ଲେଖି ଥିଲେ କେତେ
ଧନ୍ୟ ହେଲା ଉତ୍କଳ ଜନନୀ
କଳ୍ପନା ପରି କେତେ ଓଡ଼ିଆ ଝିଅ
ଏ ମାଟିରେ ଜନ୍ମ ନେଲେ
କିଏ ଖେଳାଳି ହୋଇ
ଦେଶରେ ଆଗକୁ ଗଲେ
ଆମ ଏ ମାଟିର ଝିଅ ଦ୍ରୌପଦି ମୁର୍ମୁ
ଆଜି ସାରା ଦେଶରେ ଆସିଲେ
ମହା ମହିମ ରାଷ୍ଟ୍ରପତି ହୋଇ
ପ୍ରତି ଓଡ଼ିଆଙ୍କ ସମ୍ମାନ ହେଲେ
ଦ୍ରୌପଦି ପରି ମହିୟସି ମହିଳା
ଏ ମାଟିର ଗର୍ବ ଗୌରବ
ଆତ୍ମ ବିଭୋର ହୋଇ କହୁଛି ଓଡ଼ିଆ
ଆମ ଓଡ଼ିଆ ଝିଅ ପରି କିଏ ହେବ
ଆମ ଦୌପଦି ଦିଦି ସାରା ଦେଶରେ
ବିକାଶ କରିବେ
ଆମ ଉତ୍କଳ ଭୂଇଁର ଆମ ସଂସ୍କୃତିର
କିରତି ରଖିବେ ।