Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ଶ୍ରମିକ ଅଟେ ନାୟକ ବିକାଶର

ଶ୍ରମିକ ଅଟେ ନାୟକ ବିକାଶର

1 min
183


ଶ୍ରମିକ ନୁହେଁ ନଥିଲା କେବେ ଦୁର୍ବଳ  

ସେ ଅଟେ ନାୟକ ବିକାଶର

ପ୍ରକୃତ ସେବକ ଦେଶର ସଭ୍ୟତାର  

ଓ ଆଗେଇ ନବା ପନ୍ଥାର |୧|


ସେ ବିଶ୍ୱକର୍ମା ସମସ୍ତ ଆଧୁନିକ ସୌଧର 

ଓ କଳକାରଖାନାର

ନୁହେଁ ସେ ସ୍ଵାର୍ଥପର ତାର ଆନନ୍ଦ ଶାନ୍ତି  

ମୈତ୍ରୀ ଅହିଂସା ସ୍ଥାପନର |୨|


ତାର ନିଜ ଲୁହ ଲହୁର ଲହଡିରେ କୋଡି 

କୋଦାଳ ସାହାଯ୍ୟରେ

ହୋଇଥାଏ ସବୁ ପ୍ରଗତିର ମେରୁଦଣ୍ଡ ସେ 

ଉତ୍ପାଦକ ଶକ୍ତି ପୃଥିବୀରେ |୩|


ସେ ଜାଣେ ସାମୁହିକତାରେ ଜିଇଁବାର

ଆନନ୍ଦ ସ୍ଵାର୍ଥପରତାରେ ନ ଥାଏ

ତାହାର ଭାଷା ଶ୍ରମର ଆନନ୍ଦ ଟଙ୍କିକିଆ 

ଚାଉଳ ଭିକରେ ନଥାଏ |୪|


ତା ନିଜ ଶ୍ରମଜନିତ ଘର ଚାଉଳର ଆନନ୍ଦ 

ଟଙ୍କିକିଆ ଚାଉଳରେ ନଥାଏ

ଦେଶୀ ସଂସ୍କାର ସଂସ୍କୃତି ପରମ୍ପରାର ଆନନ୍ଦ 

ବିଦେଶୀ ଚଳଣୀରେ ନଥାଏ |୫|


ଖଟିଖିଆ ମଜୁରିଆ ମୁଲିଆର ମୂଲ୍ୟ ନାହିଁ 

କି ତାଙ୍କ ଜୀବନଧାରଣର

ନାହିଁ ଅର୍ଥ ନାହିଁ କ୍ଷମତା ନାହିଁ ବାହୁ ବଳ ଅଛି 

ସ୍ଵାଧୀନତା କହିବା ଓ କରିବାର |୬|


ଇଚ୍ଛା ତାର ନିଜେ ବଞ୍ଚି ମାନବ ଜାତିକୁ ଜୀବ 

ଜଗତକୁ ବଞ୍ଚାଇବାର ଆନନ୍ଦରେ

ବନ୍ଦୀ ସଦୃଶ ଅଛି ପୁଞ୍ଜିବାଦୀ ଅର୍ଥନୀତିର  

ସାମାଜିକ ଅନ୍ୟାୟ ଶିକୁଳିରେ |୭|


ଅତ୍ୟାଚାରେ ହୋଇ ଜର୍ଜରିତ ସେ ଚିତ୍କାର 

କରୁଛି ତାକୁ ନ୍ୟାୟ ଦିଅ 

ନିରବ କାହିଁକି ହେ ମିଛ ପ୍ରତିଶୃତିର ସରକାର  

ତାକୁ ସମ୍ମାନ ଦିଅ |୮|



Rate this content
Log in

Similar oriya poem from Inspirational