Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ସମ୍ପର୍କର ନୂଆ ମୁହଁ

ସମ୍ପର୍କର ନୂଆ ମୁହଁ

1 min
116



କେତେ ବରଷର ତଳର କଥାଟି

ସତ ଏହା ମିଛ ନୁହଁ

ମନରେ ଆସିଲା ଯୋଡିବା ପାଇଁକି

ସମ୍ପର୍କର ନୂଆ ମୁହଁ

ମିଛ ସିନା ଏ ଦୁନିଆ

ନୂଆ ମୁହଁଟିଏ ଆଗକୁ ଆସିଲେ

ଭାବ ବିନିମୟ କେବେ ଯଦି ହୁଏ

ସେ ଭାବରେ ଯଦି ଭାବିତ ହୋଇଲେ

ସମ୍ପର୍କଟା ହୁଏ ଠିଆ।୧।

ପ୍ରଭୁଙ୍କ ସାଙ୍ଗରେ ସମ୍ପର୍କ ଯୋଡିବି

ମନରେ ଆସିଲା ମୋର

ଆଗରୁ ତ ଥିଲା ନିବିଡ ସମ୍ପର୍କ

ପରେ ସେ ହୋଇଲେ ପର

ଏତେ ସେ ଥିଲେ ନିଜର

ଜନମ ପୂର୍ବରୁ ସବୁ ସ୍ମୃତି ଦେଲେ

ମାତା ଗରଭରେ ଯେବେ ସେ ରଖିଲେ

ଜନମ କାଳରେ ସବୁ ବିସ୍ମରିଲି

ପରଶ ପାଇ ଧରାର ।୨।

ଶବଦ ସ୍ପରଶ ରୂପ ରସ ଗନ୍ଧ

ସବୁ କଲେ ମତେ ବଣା

ଏ ଧରାରେ ଯେବେ ଜନମ ଲଭିଲି

ପାଇଲି ନୂଆ ଠିକଣା

ପ୍ରଭୁଙ୍କୁ ପାଶୋରି ଦେଲି

ପରକୁ ଆପଣା ପରାଏ ମଣିଲି

ଆପଣାକୁ ପର ବୋଲି ମନେ କଲି

ଯାହା ପ୍ରତିଶ୍ରୁତି ତାଙ୍କୁ ଦେଇଥିଲି

ସବୁ ମୁହିଁ ଭୁଲିଗଲି ।୩।

ବହୁ କାଳ ଏହିପରି କଟିଗଲା

ଦିନେ ମୋର ସବୁ ମନେ ପଡିଗଲା

ମନରେ ଭାବିଲି ବି ଅର୍ଥରେ ମୋର

ଦିନ କାଳ ସରିଗଲା

ନାଇଁ ଏବେ ଆଉ ନୁହଁ

ପ୍ରଭୁଙ୍କ ସାଙ୍ଗରେ ଯୋଡିବି ଏବେ ମୁଁ

ସମ୍ପର୍କର ନୂଆ ମୁହଁ

ଏ କଥା ମନେ ଭାବିଲି

ସେଇଦିନ ଠାରୁ ପ୍ରଭୁଙ୍କ ପାଖରେ

ନିଜକୁ ସମର୍ପି ଦେଲି ।୪।

ଏବେ ମୁଁ ନୁହଇ ନିଜର କେବେହେଁ

ମୁଁ ତାଙ୍କର ସିଏ ମୋର

ତାଙ୍କ ସହ ମୋର ଭାବ ଦିଆନିଆ

ସିଏ ହିଁ ସର୍ବସ୍ଵ ମୋର

ନୂଆ ସମ୍ପର୍କ ଯୋଡିଲି

ସେଇ ସମ୍ପର୍କକୁ ସୁରକ୍ଷିତ ରଖି

ଦେଇଥିବି ସଦା କାଳେ ମୋର ଆଖି

ରହିଥାନ୍ତୁ ଚକା ଆଖି ମୋର ସାକ୍ଷୀ

ଏ ଭାବରେ ମୁଁ ମଜ୍ଜିଲି ।୫।


Rate this content
Log in

Similar oriya poem from Inspirational