ଶୁଣ ବାଳକେ ମନ ଦେଇ
ଶୁଣ ବାଳକେ ମନ ଦେଇ
ଶୁଣ ବାଳକେ ମନ ଦେଇ
ବୃକ୍ଷ ଆମ ବନ୍ଧୁ ଅଟଇ ।
ତାହାର ଖାଦ୍ୟଶସ୍ୟ ଦେଇ
ରଖିଛି ଆମକୁ ଜୀଆଁଇ ।
ଆମକୁ ଦିଏ ଅମ୍ଳଜାନ
ବିଷାକ୍ତ ବାଷ୍ପର ଶୋଷଣ ।
ପରିବେଶକୁ କରି ଶୁଦ୍ଧ
ଜୀବନେ ଭରନ୍ତି ଆନନ୍ଦ ।
ଚାରିପଟରେ ଅହରହ
ସାଜନ୍ତି ସୁରକ୍ଷା ବଳୟ ।
ହୋଇବା ଆମେ ସଚେତନ
ବୃକ୍ଷ ରୋପଣେ ଦେବା ମନ ।
ନାଳ, ନର୍ଦ୍ଦମା ରଖିବାନି
ପାଣିକୁ ଠୁଳ କରିବାନି ।
ପରିବେଶରେ ଖାଲଖମା
ରହିଲେ ପାଣି ହେବ ଜମା ।
ମଶା ବଂଶ ବିସ୍ତାର କରି
ଶରୀରେ ରୋଗ ଦେବେ ଭରି ।
ଖାଲକୁ ପୋତି ଗଛ ପୋତି
ଯତନେ ବଢ଼ାଇବା ଅତି ।
ଗୋବର ଖାତ କି ଅଳିଆ
ଘରଠୁ ରଖିବା ଦୂରିଆ ।
ମଶା, ମାଛିଠାରୁ ସୁରକ୍ଷା
ମହାମାରୀ ନଦେବ ଦେଖା ।
ପୋଖରୀ, ନଦୀ ଆଦି ପାଣି
ଦୂଷିତ ନକରିବା ପୁଣି ।
କଳକାରଖାନାର ଜଳ
ନଦୀରେ ମିଶଇ ପ୍ରବଳ ।
ଦୂଷିତ ଜଳ ରୋଗକାରୀ
ଜଳଜୀବଙ୍କୁ କଷ୍ଟ ଭାରି ।
ରୋଗେ ସେ ହୋଇଲେ ପୀଡ଼ିତ
କଷଣେ ମରିବେ ନିଶ୍ଚିତ ।
ଛଡ଼ାଇ ନେଲେ ତାଙ୍କ ସୁଖ
ଆମକୁ ପଡ଼ିବ ବି ଦୁଃଖ ।
ସୁଖସୁବିଧାରେ ନିଜର
ଗାଡ଼ି ମଟର ବ୍ୟବହାର ।
ଯେତେ ବଢ଼ିବ ଏହା ସଂଖ୍ୟା
ସମୟ ଆମର ପରୀକ୍ଷା ।
ଧୂଆଁର ବିଷାକ୍ତ ବାଷ୍ପକୁ
ଚେଷ୍ଟା କରିବା ରୋକିବାକୁ ।
ଶୂନ ଗାଡ଼ିର ବ୍ୟବହାର
ରୋକି ପାରିବ ଧୂଆଁଧାର ।
ବଢ଼ି ମାଂସପେଶୀୟ ବଳ
ଆମେ ହେବା ସୁସ୍ଥ ସବଳ ।
ସୁସ୍ଥ, ସୁନ୍ଦର ପରିବେଶେ
ଆମେ ବି ବଢ଼ିବା ହରଷେ ।
ବଢ଼ିଲେ ପରିବେଶ ଶିରୀ
ମଙ୍ଗଳ ହୋଇବ ଆମରି ।
ସକଳ ଜୀବେ ଆନନ୍ଦିତ
ରହିବେ ସୁଖ କୋଳାଗ୍ରତ ।