Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Inspirational

3  

Basanti Pattnaik

Inspirational

"ସମ୍ପର୍କ ର ନଦୀ ତୀରେ,( ଗୁରୁ)

"ସମ୍ପର୍କ ର ନଦୀ ତୀରେ,( ଗୁରୁ)

1 min
142


   ପିତା ମାତା ତ ଅଟ‌ଇ ଆଦ୍ୟ ଗୁରୁ

    ମାଟି ପିଣ୍ଡୁଳାକୁ ଗଢ‌ଇ

    ଜୀବନ ସ୍ରୋତରେ ଭାଷିବା ପାଇଁ

   ଗୁରୁ ମନ୍ତ୍ରକୁ ଭର‌ଇ

   ଜୀବନ ରାସ୍ତା ତ ବଡ଼ କଠିନ

      ସହନ ଶକ୍ତି ଭର‌ଇ

    ହାରିବୁ ନାହିଁ ଜୀବନେ କେବେ

   ସଞ୍ଜିବନୀ ମନ୍ତ୍ର ଫୁଙ୍କ‌ଇ

 

    ଶିକ୍ଷା ଗୁରୁ ଅଟ‌ଇ ପୂଜ୍ୟର ଥାଳି

   ଫଳ ପୁଷ୍ପରେ ଭର‌ଇ

   ଶିକ୍ଷା ଅଟ‌ଇ ଜୀବନ ମାନ

     ସଂସାରକୁ ଆଲୋକ ଦେଖାଇ 

   ଶିକ୍ଷାର ମହତ୍ତ୍ଵ ଆମକୁ ଢାଳି

     ଜୀବନ ମହତ୍ତ୍ଵ ଶିଖାଇ

    ଶିକ୍ଷା ଅଟ‌ଇ ମହାଜ୍ଞାନ

   ଅନ୍ଧାରେ ଆଲୋକ କଢ଼େଇ 

   ଶିକ୍ଷା ବିନା ସବୁ ଅସାର 

     ଗୁରୁ ମନ୍ତ୍ର ତ ଫୁଙ୍କ‌ଇ

   ଶିକ୍ଷା ଗୁରୁ ଅଟେ ଜୀବନ ପ୍ରଦୀପ

    ମହାମନ୍ତ୍ର ତ ଶିଖାଇ ।


   ଜୀବନ ଗୁରୁ ତ ସନ୍ଥ ମହାତ୍ମା

    ଆମ ବାଟକୁ କଢ଼େଇ

   ତାଙ୍କରି କାନ୍ଧରେ ସବୁ ଲଦି ଦେଇ

     ବସିଛି ମୁଁ ନିଶ୍ଚିତ ହୋଇ


     ଗୁରୁ ତ ଅଟ‌ଇ ମାର୍ଗ ଦର୍ଶକ

       ବିପଦେ ଆପଦେ ରହି

     ଗୁରୁ ପୂଜା ଠାରୁ ଶ୍ରେଷ୍ଠ କିଛି ନାହିଁ

   ଏତିକି ତ ମୁଁ ଜାଣଇ 

     ଗୁରୁ ପୂଜା କଲେ ପ୍ରଭୁଙ୍କୁ ପାଇବୁ  

      ଏହା ତ ମାଧ୍ୟମ ଅଟ‌ଇ

     ଗୁରୁର ସନ୍ତୁଷ୍ଟେ ଈଶ୍ଵର ରୁହନ୍ତି

       ଆଶୀର୍ବାଦ ତ ମିଳ‌ଇ

     ଗୁରଙ୍କୁ ସମ୍ମାନ ସର୍ବେ କରୁଥାଅ 

        ଏହାତ ଅମୂଲ୍ୟ ଅଟ‌ଇ ।।



Rate this content
Log in

Similar oriya poem from Inspirational