STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଜୟ ମାଆ ସରସ୍ଵତୀ

ଜୟ ମାଆ ସରସ୍ଵତୀ

1 min
168

ଜୟ ମାତା ସରସ୍ଵତୀ ବିଦ୍ୟା ପ୍ରଦାୟିନୀ

ଜୟ ମାଆ ସରସ୍ଵତୀ ଅଜ୍ଞାନ ନାସିନି।


ତୋର ଦୟା ବଳେ ମାଗୋ ମୂର୍ଖ ହୁଏ ଜ୍ଞାନୀ

ସର୍ବ ସୁଖ ଶାନ୍ତି ମିଳେ ତୋତେ ପୂଜି ପୁଣି।


ଶୁକ୍ଳ ବସ୍ତ୍ର ପରିହିତା ଶୁକ୍ଳ ପଦ୍ମ ପରେ

ବିରାଜିତ ହେଉ ମାତା ଆନନ୍ଦ ଚିତ୍ତରେ।


ତୋତେ ଆରାଧନା କରି ମୂର୍ଖ କାଳିଦାସ

ଜଗତରେ ବୋଲାଇଲେ ବିଖ୍ୟାତ ପଣ୍ଡିତ।


ତୋର ସ୍ମରଣରେ ସବୁ ବିଘ୍ନ ନାଶ ହୁଏ

ତୋର ନାମ ତୁଣ୍ଡ ରେ ଥିଲେ ଦୁଃଖ ନାଶ ଯାଏ।


ମାଘ ଶୁକ୍ଳ ପଞ୍ଚମୀ ଟି ପ୍ରିୟ ତିଥି ତୋର

ଶୁଦ୍ଧ ମନେ ପୂଜିଲେ ମାଆ ଯାଚି ଦେଉ ବର।


ଜୟ ଜୟ ବୀଣାପାଣି ତୋ ପଦେ ଶରଣ

ଦୀନ ଅଧମରେ ବାରେ କର ପରିତ୍ରାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational