STORYMIRROR

Samar Ballav Bhoi

Inspirational

3  

Samar Ballav Bhoi

Inspirational

ଚେତନା ଭାବନା

ଚେତନା ଭାବନା

1 min
182

ମଣିଷ ମନରେ ଭାବନା ଚେତନା

ସମୁଦ୍ର ଉତ୍ତାଳ ତରଙ୍ଗ ପରି 

କେବେ ସେ ବିଭୋର କେବେ ସେ ଅଶାନ୍ତ

ତଥାପି କରେ ସେ ମନକୁ ଆଦରି।।


ମାନସ ମନ୍ଥନ ଭାବନା ଚିନ୍ତନ

ସବୁକିଛି ସେହି ହୃଦୟ ଗହନ

ଜାଗ୍ରତ ଶକ୍ତିର ଚିନ୍ତା ଚେତନାରେ

କେବେ ଗଢିଦିଏ ପ୍ରେମର ଭାବନ।। 


ଚେତନା ଜାଗ୍ରତ ମଣିଷ ଉନ୍ନତ

କରେ ଭଲ ମନ୍ଦ ବିଚାରଗତ

ଚେତନା ବିଚ୍ୟୁତ ପଥହରା ପଥିକ

ବିଚଳିତ ହୁଏ ତାର ଭବିଷ୍ୟତ।।


ମନ ଉଦଭ୍ରାନ୍ତ ବିପଦ ସଂକେତ

ଏଡିବାକୁ ସଦା ସଭିଏଁ ଜାଗ୍ରତ

ଚେତନା ଯୋଗାଏ ଶକ୍ତିର ସମ୍ଭାର

ଜଡ଼ରୁ ଜୀବନ ହୁଏ ଉଜ୍ଜୀବିତ।।


ଜଡ଼ରୁ ଜୀବନ ମନରୁ ଚିନ୍ତନ

ଅବାଟରୁ ବାଟ ଆସକ୍ତି ବିହୀନ 

ଚେତନା ଅଟେ ଅନ୍ତର ଲଗନ 

ସକଳ ହୃଦୟେ ପ୍ରଶାନ୍ତି ବହନ

ଜ୍ଞାନ ଧର୍ମ କର୍ମ ତୋର ଅଧିନ

ସେଥିରୁ ମିଳିବ ବୈକୁଣ୍ଠ ଭୁବନ।।


ଦୈର୍ଘ୍ୟ ପ୍ରସ୍ଥ ହୀନ ଚେତନା ଆମର

ଭାବନାରେ ନୁହେଁ ସେ ବନ୍ଧା

କେବେ ସେ ଜାଗ୍ରତ କେବେ ସେ ସୁପ୍ତ

ନ ଆସିଲେ ମିଳେ ନାହିଁ ଜୀବନ ସତ୍ତା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational