STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ସ୍ୱପ୍ନ

ସ୍ୱପ୍ନ

1 min
122

ସ୍ଵପ୍ନ ଏକ ଅଜଣା ଅଶୁଣା ଅଦେଖା 

ଅବଚେତନ ମନ ଉଦ୍ଭଟ ପ୍ରକ୍ରିୟା  

ଆଖି ବୁଜି ଶୋଇଥିଲେ ଗଭୀର ନିଦ୍ରାରେ 

ଦିଶେ ତାର ଯେଉଁ ଦୃଶ୍ୟପଟ ସେ ମାୟା। 


ସୂକ୍ଷ୍ମ ଚେତନାର ଅବାସ୍ତବ ଚିନ୍ତାଧାରା 

ପ୍ରତିଫଳିତ ହୁଏ ମାନସିକତାରେ 

ତାର କ୍ରିୟା ପ୍ରତିକ୍ରିୟା ପ୍ରଭାବ ପକାଏ 

ଶରୀରର ସୂକ୍ଷ୍ମ ଅଂଶର ଅବୟବରେ। 


ଆପଣା ଛାଏଁ ସୃଷ୍ଟି ହୁଏ ଉଭେଇ ଯାଏ 

ଜାଗ୍ରତ ଅବସ୍ଥାକୁ ତାର ଅସ୍ତିତ୍ୱ ନ ଥାଏ 

ସ୍ମରଣରେ ଝାପ୍ସା ଝାପ୍ସା ମନେ ପଡେ 

ସଂପର୍କ କିଛି ନ ଥାଏ ବାସ୍ତବତାର ସାଥେ। 


ଏ ଏକ ଅଜବ କଳ୍ପନାର ଦୁନିଆଁ 

ମନକୁ ଆସେ ମନକୁ ଯାଏ ଦିଏନା ଛୁଆଁ  

ଲାଗେ ଏ ଏକ ଅଦୃଷ୍ଟର କିମିଆଁ 

ଅହେତୁକ ଆସେ ହୋଇ କୁହୁଡି ଧୂଆଁ।


ସ୍ଵପ୍ନ ବାସ୍ତବ ଜୀବନର ବିକୃତ ପ୍ରତିଛବି 

ଅବଚେତନ ମନକୁ କରେ ଆନ୍ଦୋଳିତ  

ଜାଗ୍ରତ ଭାବନାର ଏକ ଅପଭ୍ରଂଶ 

ଗାଢ ନିଦ୍ରାବସ୍ଥାକୁ କରିଥାଏ ସେ ପ୍ରଭାବିତ।


ଏ ସ୍ୱପ୍ନ ଦେଖି ଜୀବନକୁ କେହି କେବେ 

କରି ପାରେ ନାହିଁ ବାସ୍ତବରେ ସଂଗଠିତ 

ଜାଗ୍ରତ ଅବସ୍ଥାର ଯୋଜନା ବଦ୍ଧ ଆଶା 

ସାକାର କରିବାର ପ୍ରେରଣା ହିଁ ସ୍ଵପ୍ନ  

ମନରେ ଭରିଦିଏ ଅଶେଷ ଶକ୍ତି ସାମର୍ଥ୍ୟ 

ସଫଳତା ପାଇବା ପର୍ଯ୍ୟନ୍ତ ହୁଏନା ଭଗ୍ନ। 


ବାସ୍ତବତା ସ୍ୱପ୍ନ ଦେଖେ ଯିଏ ଚାହିଁ ଚାହିଁ 

ସେ ସ୍ଵପ୍ନ କେବେ ବି ବିଫଳ ହୁଏ ନାହିଁ 

ଅବଚେତନ ନିଦ୍ରାର ସ୍ୱପ୍ନ ଏକ ମୋହମାୟା 

ବିଜ୍ଞଜନ କେହି ଗୁରୁତ୍ଵ ଦିଏନା ତା' ପାଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational