ସେତ ଭକତ ଭାବ ବନ୍ଧା
ସେତ ଭକତ ଭାବ ବନ୍ଧା
ସେ ତ ଭକତ ଭାବରେ ବନ୍ଧା
ସେ ତ ଭକତ ସ୍ନେହ ରେ ଛନ୍ଦା
ଭକତ ଜୀବନ ଭକତ ର ପ୍ରାଣ
ଭକତ ପାଇଁ କି ଜୀବନ ରେ ସିଏ
କେତେ ସେ ଶହିଛି ନିନ୍ଦା।
ସେ ତ ଭକତ ଭାବରେ ବନ୍ଧା
ଭକତ ପାଇଁକି ପଡା ମାଗିବାକୁ
ଗଲ ହସ୍ତିନା ଭୁବନ
ବେଢ଼ିଣ କୌରବେ ଯେତେ ଝିଙ୍ଗାସିଲେ
ସହିଲ ହେ ଭଗବାନ
ଭକତ ପାଇଁକି ଘୋଷ ଯାତ୍ରା ବେଳେ
ହୋଇଥାଅ ତୁମ୍ଭେ ରୁନ୍ଧା ।
ସେ ତ ଭକତ ଭାବରେ ବନ୍ଧା
ଭକତ ବତ୍ସଳ ହେ ନନ୍ଦ ଦୁଲାଳ
ତୁମ୍ଭେଭକତ ଶ୍ରୀବତ୍ସ
ତା ପାଦ ପ୍ରହାର ନିଜ ବକ୍ଷ ସ୍ଥଳେ
ଆନନ୍ଦ ରେ ବହି ଅଛ
ଭକ୍ତ ବଳରାମ ଭକତି କୁ ଦେଖି
ବାଲି ରଥେ ହେଲ ଉଭା ।
ସେ ତ ଭକତ ଭାବରେ ବନ୍ଧା
ଅଛବ ଦାସିଆ ଭକତି କୁ ଦେଖି
ସ୍ୱ ହସ୍ତେ ଶ୍ରୀ ଫଳ ନେଲ
ସାଲବେଗ ଭାବ ବୁଝି ଭାବଗ୍ରାହୀ
ରଥ ଅଟକାଇ ଥିଲ
ହେ ଜଗ ଜୀବନ ଭକତ ର ପ୍ରାଣ
ଭକ୍ତ ପ୍ରେମ ରେ ହୋଇଛ ଛନ୍ଦା।
ସେ ତ ଭକତ ଭାବରେ ବନ୍ଧା
ଗଜ କୁ ରଖିଲ ଗ୍ରାହ କବ ଳ ରୁ
ହରିଣୀକୁ ଘୋର ଵନୁ
କୁରୁ ସଭା ସ୍ଥଳେ ଦ୍ରୌପଦୀ ଡାକିଲା
ଲଜ୍ଜା ନିବାରିଲ ତେଣୁ
ମୋ ଡାକ କୁ କିମ୍ପା ନ ଶୁଣ ଗୋସାଇଁ
ତୁମ୍ଭ ଚରଣେ ପଡ଼ିଛି ବନ୍ଧା
ସେ ତ ଭକତ ଭାବରେ ବନ୍ଧା
ସେ ତ ଭକତ ଭାବରେ ବନ୍ଧା ।