STORYMIRROR

Basanti Pattnaik

Inspirational Children

3  

Basanti Pattnaik

Inspirational Children

ଜିଦ୍

ଜିଦ୍

1 min
206

ଅଭିମାନ ଭରା ମନଟିଏ

ହାରିବାକୁ ସହିପାରେନା

କଥା କଥାରେ ଯୁକ୍ତି ବାଢୁଥାଏ

ସତେ ଯେପରି ସର୍ବଜଣା ସିଏ

ସମ୍ପର୍କର ସେତୁରେ ବନ୍ଧା ଏ ଜୀବନ

ଜାଣି ପାରେନାହିଁ ତାର ଏ ଦର୍ପ ମନ

ସରଳ ଅଝଟ ନିଷ୍ପାପ ମନଟିଏ

ସେଥିରେ ଭରିଛି କିପରି ଏ ଗୁଣଟିଏ?

ରାଗି ଗଲେ ଚିଲେଇ ପାଟି କରୁଥାଏ

ଘରର ଚାରିକାନ୍ଥକୁ ଦୋହଲାଇ ଦେଉଥାଏ

କିଏ ବୁଝେଇଲେ ବୁଝୁ ତ ନଥାଏ

ଅଶ୍ରୁ ନୟନରେ ରଡ଼ି ଛାଡୁଥାଏ

ଛୋଟ ଛୁଆ ଠାରୁ ଆହୁରି ଅବୁଝା

ବୁଝେ ନାହିଁ କିଛି କାହାରି କଥା

ମାଆର ତା ପାଇଁ ସକଳ ଚିନ୍ତା

କେମିତି କାଟିବ ଜୀବନ ରାସ୍ତା?

ସଂସାରଟା ଆମ ଜଟିଳ ଭରା

ରାଗ, ଜିଦିକୁ ଛାଡି ଚାଲରେ ଭଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational