ଜିଦ୍
ଜିଦ୍
ଅଭିମାନ ଭରା ମନଟିଏ
ହାରିବାକୁ ସହିପାରେନା
କଥା କଥାରେ ଯୁକ୍ତି ବାଢୁଥାଏ
ସତେ ଯେପରି ସର୍ବଜଣା ସିଏ
ସମ୍ପର୍କର ସେତୁରେ ବନ୍ଧା ଏ ଜୀବନ
ଜାଣି ପାରେନାହିଁ ତାର ଏ ଦର୍ପ ମନ
ସରଳ ଅଝଟ ନିଷ୍ପାପ ମନଟିଏ
ସେଥିରେ ଭରିଛି କିପରି ଏ ଗୁଣଟିଏ?
ରାଗି ଗଲେ ଚିଲେଇ ପାଟି କରୁଥାଏ
ଘରର ଚାରିକାନ୍ଥକୁ ଦୋହଲାଇ ଦେଉଥାଏ
କିଏ ବୁଝେଇଲେ ବୁଝୁ ତ ନଥାଏ
ଅଶ୍ରୁ ନୟନରେ ରଡ଼ି ଛାଡୁଥାଏ
ଛୋଟ ଛୁଆ ଠାରୁ ଆହୁରି ଅବୁଝା
ବୁଝେ ନାହିଁ କିଛି କାହାରି କଥା
ମାଆର ତା ପାଇଁ ସକଳ ଚିନ୍ତା
କେମିତି କାଟିବ ଜୀବନ ରାସ୍ତା?
ସଂସାରଟା ଆମ ଜଟିଳ ଭରା
ରାଗ, ଜିଦିକୁ ଛାଡି ଚାଲରେ ଭଲା ।
