STORYMIRROR

Padmalaya Mishra

Inspirational Others

3  

Padmalaya Mishra

Inspirational Others

ଜିଭ

ଜିଭ

1 min
13.6K


ଏବେ ମୋ ମା'ର

ଜିଭ କଟି ଯାଇଛି

ସେ କ'ଣ କହୁଛି ବୁଝି ହଉନି

ଠାରରେ କଥା କହୁଛି

ରାଗିଗଲେ ଇଂରାଜୀରେ ଗାଳି ଦଉଛି

ଖୁସି ଥିଲେ ହିନ୍ଦୀ ସିନେମାର ଗୀତ ଗାଉଛି

ଓଡ଼ିଆ କହିବା ପାଇଁ ଜିଭ କଟିଛି

ଦେହ-ମୁଣ୍ଡ ବୁଲେଇଲା ଭଳି ଲାଗୁଛି

ଜିଭ କଅଁଳିବା ଲାଗି

କବିତା ଗଳ୍ପର ମଲମ ଲାଗୁଛି

ମୋଟାମୋଟି ଚେଷ୍ଟା ଚାଲିଛି

ଆଲୋଚନା ଚକ୍ର ସାହିତ୍ୟ ଆସରେ

କବିତା ଦୀପ ଗଳ୍ପ ଘଣ୍ଟି ବାଜୁଛି

ପ୍ରବନ୍ଧ ନୈବେଦ୍ୟ ଚଢ଼ା ଚାଲିଛି

ଦେଖିବା କେତେଦିନରେ ନୂଆ ଜିଭ ଉଠୁଛି

ମୋ ମା'ର ଜିଭ କଟିଯାଇଛି ।।

..…........ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational