Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Children

4  

Satyabati Swain

Children

ଝୁରଇ ଏ ମନ

ଝୁରଇ ଏ ମନ

1 min
321



ସବୁ ଦିନ ସବୁ ଚିହ୍ନ

ସବୁ ମୁହଁ ମନେ ରୁହେନା

ସବୁ କଥା ସବୁ ବ୍ୟଥା

ହୃଦୟକୁ ଛୁଇଁ ଯାଏନା ।


ଅଛି ଏମିତି ଦିନ

ଫଗୁଣ ନଥାଇ କୋଇଲି ଗାଏ

ଖୁସି ହାନ୍ଦୋଳରେ ମନ ପହଁରୁଥାଏ

ଟିପି ଟିପି ରଙ୍ଗ ଚୁପି ଚୁପି ଆସି

ଫିସ୍ ଫିସ୍ କିଛି କ'ଣ କୁହେ ।


ମନ ସିନ୍ଦୁକଟି ଫିଟି ପଡଇ

ସ୍ମୃତିର ଅତର ଗାଧୋଇ ଦେଇ

ଭାରି ଭଲ ଲାଗେ ଆଖି ବୁଜି କି

ଭାବେ ସେ ମୁହୂର୍ତ୍ତ ପାଗଳି ହୋଇ ।


ଅପାସୋରା ଅଭୂଲା ସେଇ ଦିନ

ବୋଉ କହୁଥିଲା ଆଜି ତୋ ଜନମ

ବାପାଙ୍କ ସଙ୍ଗେ ମନ୍ଦିର ପଠାଇ

ଆୟୁଷ, ଖୁସି ସବୁ ଆଣେ ମାଗିଣ ।


ପିଠା କରି ସାଇ ଭାଇରେ ବାଣ୍ଟି

ଆଶୀର୍ବାଦ ଆଣେ ପତାଇ କାନି

କେକ୍ ବେଲୁନରେ ଏ ସ୍ୱାଦ କାହିଁ

ପାର୍ଟି ପ୍ଲେଟ୍ ରେ ସେ ମଜା ଆସେନି।


ବାପା ବୋଉ ମୋର ଆକାଶେ ତାରା

ଯେବେ ଆସେ ସେଇ ମାସ ବାର

"ଝୁରଇ ଏମନ" ସେଦିନ ପରା

ଲୁହ ଟୋପେ ଖସେ ଛାତିରୁ ମୋର ।


Rate this content
Log in

Similar oriya poem from Children