ଝରୁ କରୁଣା
ଝରୁ କରୁଣା
କରୁଣା ସାଗରୁ କରୁଣା ବାରିକୁ
ଶୁଖାଇ ଦେଲେକି ବାରେ
ଭକତ ଦାସିଆ ଭକତ ବଳିଆ
ସାଲବେଗ ମନୋହରେ
କିବା, ପାଞ୍ଚାଳୀ କୁରୁସଭାରେ ।
ଶୁଖେ ନାହିଁ କେବେ ଜଳଧି ଏ ଭବେ
ହେଉ ଯେତେ ରୌଦ୍ର ତାପ
କେଜାଣି କେମିତି କରୁଣା ବାରିଧି
ଶୁନ୍ୟ ପ୍ରାୟ ଅନୁତାପ
ଝରୁନି କରୁଣା ମନେ ନାହିଁ ଉଣା
ନିରବେ ଦେଖ ମନ୍ଦିରେ ।
ଅପରାଧି ହେଳେ ସାଧୁରେ ବଦଳେ
ଦୃଷ୍ଟାନ୍ତ ତ କାଳିଦାସ
କାହିଁକି ଅଧର୍ମ ପକ୍ଷ ମେଲି ବସେ
ସବୁ ଦେଖି ହୁଅ ତୋଷ
ଚରଣରେ ଅଳି କରୁଣାର ବାରି
ଝରୁ ଥାଉ ନିରନ୍ତରେ ।