STORYMIRROR

Ansuman Swain

Romance

4  

Ansuman Swain

Romance

ଝରଣା

ଝରଣା

1 min
249


ଭାରି ଫୁଲେଇ ଝରଣା ମୋର

       ନାକ ଅଗରେ ତମରି ରାଗ

କଥା, କଥାରେ ହସି ତ ଦିଅ

       ମନରେ ବାନ୍ଧ ବହୁ ସରାଗ .....


ଭାରି ଅଝଟି ଫୁଲେଇ ମୋର 

         ନାମଟି ତୁମ ଝରଣା ରାଣୀ 

ତୁମେ ତ ମୋର ଗଳାରେ ହାର 

            ତୁମେ ମୋର ସୁନା ବାୟାଣୀ .....


ଭାରି କଥା କୁହା ଭାରି ସେନେହି

           ଭାରି ଜିଦିଆ ଅଝଟୀ ରାଣୀ

ଭାରି ଚଗଲି ଭାରି ଗେଲେହି

        କାନ୍ଦି ପକାଅ କଥାକୁ ଶୁଣି .......


ତୁମେ ପରା ମୋର ନେତ୍ର ଦୁଇ

      ତୁମେ ହସିଲେ ମୋ ମନ ହସେ 

ତୁମେ ରୁଷେଲେ ମୁହିଁ ତ ରୁଷେ

          ତୁମରି ପାଇଁ ମୁଁ ପରା ବାସେ .....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance