ଝରଣା ବୁଝେନି କେବେ
ଝରଣା ବୁଝେନି କେବେ
ଝରଣା ବୁଝେନି କେବେ
ସାଗର ବ୍ୟଥା ।
କେତେ ତା'ଜୀବନେ
ଆସେ ଜୁଆର ଭଟ୍ଟା।
କେବେ କୂଳ ଲଂଘି ଯାଏ-
ବାଲି ଘର ଭାଙ୍ଗି ଥାଏ-
କିଏ ବା ବୁଝିବ ତା'
ମନ ନିରବତା ।0।
ସପନ ବିଳାସୀ ମନେ
ଉଙ୍କିମାରେ ଯଉବନ ।
ଛୁଇଁ ଯାଏ ଲହରୀତା
ମନ ଭରା ଫୁଲ ବନ ।
ଅଥଳ ସାଗରେ ନାଆ
ଉଜୁଡେ କେତେ ସପନ
ବିରହୀ ମାଝୀଟି ଝୁରେ
ପ୍ରିୟାର ସାଇତା କଥା(୧)
କଳା ଭଉଁରୀର କାଳ
ଦରିଆ ପାଣିରେ ଖେଳେ।
ଝରଣା ମିଶିବା ପାଇଁ
ନିତି ଆଖି ଲୁହ ଢାଳେ ।
ଜାଣେନା ସାଗର ଲୁଣି
ବସିଛି ସପନ ବୁଣି
କେବେ ଆସିବ ସେ ଦିନ
ମନର ହେବ ମିଳନ
ଆଖି ଖୋଜେ ତା'
ପଥ ଫେରନ୍ତା(୨)

