ଝରକାର ଆରପାଖେ
ଝରକାର ଆରପାଖେ
ଝରକାର ଏ ପାଖରେ ରହିଛି ମୋ ପରିବାର
ସ୍ନେହ ଶ୍ରଦ୍ଧା ଭରପୁର ସାନଠାରୁ ବଡଯାଏଁ ସଭିଏଁ ମୋ ଆପଣାର |
ଝରକାର ଆରପାଖେ ଆଉ କାହା ପରିବାର
ଦୁଃଖ ସୁଖ ମିଶା ଠାର ମିଛ ମାୟାର ସଂସାର
ଚାଲିଛି ଖେଳ ଦୁନିଆର |
ଝରକାର ଏ ପାଖରେ ଯଦି କେହି ସତ କୁହେ
ଅଯଥାରେ କଷ୍ଟ ପାଏ ତା କଥା ଶୁଣେନା କେହି
ଏକାଏକା ସବୁ ସହି ଜୀବନଟା ଚାଲିଯାଏ ||
ଝରକାର ଆରପାଖେ ସତକୁ ମିଛ ବନାଇ
ମନଛୁଆଁ ମିଛ କହି ଜୀବନର ମଜାନିଏ
ଅନ୍ୟକୁ ହେଲେବି କଷ୍ଟ ନିଜ ସୁଖ ଭାବୁଥାଏ
କୁହ କି ମଣିଷ ସେହି?
ଝରକାର ଏ ପାଖରେ କେବେ ସିଏ ଅଟେ ଝିଅ
କେବେ ପୁଣି କା ଜନନୀ କେବେ ସେ ବାପାଙ୍କ ପରୀ
କେବେ ପୁଣି ଧର୍ମପତିନୀ ଆଉ କେବେ ଭାଇଙ୍କର ସେନେହର ପ୍ରିୟ ଭଉଣୀ
ସବୁ କ୍ଷେତ୍ରେ ସ୍ନେହ ପ୍ରେମ ପ୍ରଦାୟିନୀ |
ଆଉ ଝରକାର ଆରପାଖେ ସେ କେବେ ଚାକରାଣୀ କେବେ ଅଟେ କାମବାଲୀ
ଆଉ କେବେ ଅଭିଶପ୍ତ କଳଙ୍କିନୀ ତ କେବେ ଆତ୍ମହତିନି
ଦୁଃଖ ସୌର୍ଯ୍ୟା ନାରୀ ପୁଣି କେବେ ସଂହାରିଣୀ |
ଝରକାର ଏ ପାଖରେ କେବେ ସେ ଯେ ପ୍ରିୟ ପୁତ୍ର
କେବେପୁଣି ଭାତ୍ରୁଭକ୍ତ କେବେ ପିତା କେବେ ପତି
ପୁଣି ନାନା ପ୍ରକାର କର୍ମଜୀବି କେବେ ହର୍ତ୍ତା କର୍ତ୍ତା ଗୃହସ୍ଥ ମୁରବୀ |
ଝରକାର ସେ ପାଖରେ କେବେ ସିଏ ଅଧିକାରୀ
କେବେ ପୁଣି ଅତ୍ୟାଚାରୀ ଲୁଣ୍ଠନ ଓ ହତ୍ୟାକାରୀ
କେବେ ପୁଣି ଖଳନାୟକ କାମୁକ ଶଠ ପାଷାଣ୍ଡ
ଆଉ କେବେ ଅମାନବୀୟ କଷ୍ଟ ଦାୟକ ଖେଳର ମହାନାୟକ |
ଝରକାର ଏ ପାଖରେ ସବୁ ନିୟମରେ ବନ୍ଧା
ସବୁ ନୀତି ଜଡିତ ସମ୍ବିଧାନ ଧାରା ଛନ୍ଦା
ପାରିବାରିକ ସହ ସଂସାର ନିୟମ
ପୁଣି ମାନିବାକୁ ବାଧ୍ୟ ଅଟେ ସବୁ କିଛି ଜାଣିଶୁଣି |
ଆଉ ଝରକାର ସେ ପାଖେ ନିୟମକୁ ହାତେ ନେଇ
ମନଇଚ୍ଛା ଯାହା କର କିଛି କହିବାର ନାହିଁ
ନିୟମକୁ ଭାଙ୍ଗିଦେଇ ଗଢ଼ାଯାଏ ପୁଣିଥରେ
ସୁବିଧାର ଦ୍ୱାହି ଦେଇ ଆପଣା ସ୍ୱାର୍ଥ ଅର୍ଥରେ |
ଝରକାର ଏ ପାଖ ମନ ଓ ହୃଦୟ ହେଲେ ଆରପାଖେ ସ୍ୱାଭିମାନ
ରୁଗଣ ତାର ଦାଉ ସାଧେ
ସେଥିପାଇଁ ଭାରି ବାଧେ
କରି ନ ପାରଇ କେହି କିଛି ଖାଲି ଭାବିଥାଏ
ଏଇତ ଦୁନିଆ ବୋଧେ ||