Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଝରକା ସେ ପାଖେ

ଝରକା ସେ ପାଖେ

1 min
360


ଝରକା ସେ ପାଖେ ଦୂର ଦିଗବଳୟ

   ଚାହିଁଲେ ଆଖି ପାଏନି

ଘଟି ଗଲେ ଯାହା ସାକ୍ଷୀ ରୂପେ ଦେଖୁ

    କିଛି ବି କରି ହୁଏନି ।


ଆଖି ଦେଖୁଥାଏ ପହଂଚି ପାରେନି

   ଭାଙ୍ଗି ଶକ୍ତ ବାଡ ଲୁହା

ଖୁସି ହେଉ ଅବା ଦୁଃଖ ହୋଇଥାଉ

     ଜୁଳୁ ଜୁଳୁ ଦେଖ ତାହା ।


ଝରକା ଏ ପାଖେ କେତେଯେ ଭାବନା

   ରହିଯାଏ ଭାବନାରେ

ପହଂଚି ପାରେନା ଘଟଣା ସ୍ଥଳରେ

   ଝରକାର ସେ ପାଖରେ ।


କେତେ ଯେ ଘଟୁଛି ଅନ୍ୟାୟ ଦୁର୍ନୀତି

    ଆଖି ଦେଖି ରହିଯାଏ

ଦୁର୍ନୀତି ବାଲାର ଚାରିପଟେ ଶକ୍ତ

   ବାଡ ପରା ଘେରିଥାଏ ।


ଆଖିରେ ଦେଖିବ ସବୁ ଲୁଟୁ ଥିବେ

   ଝରକାର ସେଇ ପାଖେ

ଆଖି ଜୁଳୁ ଜୁଳୁ ଦେଖୁଥିବ ସବୁ

   ରହି ଝରକା ଏ ପାଖେ ।


ଆଇନର ହାତ ବହୁତ ଲମ୍ବା ଟି

   ବାନ୍ଧି ଥାଏ ସମସ୍ତଙ୍କୁ

କ୍ଷମତା ବାଲାତ ବାନ୍ଧି ଥାନ୍ତି ହାତେ

   ଦେଶେ ଥିବା ଆଇନକୁ ।


ଦୋଷ କରି କିଏ ନିର୍ଦୋଷ ହୁଅଇ

   କ୍ଷମତାର ଅପବ୍ୟୟ

ନିର୍ଦୋଷଟା ଏଠି ଦଣ୍ଡ ପାଇଥାଏ

   ଆଇନ କରି ପାଥେୟ ।


ଜନତା ରୁହନ୍ତି କ୍ଷମତା ଏ ପାଖେ

   ସେ ପାଖେ କ୍ଷମତା ଧାରି

ଦୋଷକୁ ନିର୍ଦୋଷ କରିବା ପାଇଁକି

   ସବୁ ବଳ ଦ୍ୟନ୍ତି ସାରି ।


କେତେବେଳେ କିଏ ତୁଣ୍ଡକୁ ଖୋଲିଲେ

   ବଳ ଠାରୁ ଅର୍ଥ ଯାଏ

ତଣ୍ଟିଆଣ କରି ଏମିତି ବାନ୍ଧନ୍ତି

   କ୍ଷଣକେ ବଦଳି ଯାଏ ।


ସେ ପାଖରେ ଥାଇ ସେମାନେ ଖାଆନ୍ତୁ

    ଏ ପାଖେ ଆମେ ଦେଖିବା

ଆମ ଧନ ଖାଇ ଅଧର୍ମ ଅରଜି

   ସ୍ଵର୍ଗରେ ଏକାଠି ହେବା ।


Rate this content
Log in

Similar oriya poem from Inspirational