ଝରିପଡୁଥିବା କାକର
ଝରିପଡୁଥିବା କାକର
ବେହିସାଵ ହସ କୁ ଖୋଜିବା ନିଶାରେ
କିଏ ଦିନେ ଶୂନ୍ୟତା ରେ ବୁଲୁ ବୁଲୁ
ମୋ ଠିକଣା ଟା
ସେ ଅଜଣା ମଣିଷ ଙ୍କୁ
କିଏ ଯେମିତି ଦେଇ ଦେଇଥିଲା ।
ଅଜ୍ଞାନ ଥିଲେ ସେ
ଅର୍ଣ୍ଣବ ର ଢେଉ ଟା
କୂଳରେ ପିଟି ହେବା ପରେ
ଯେବେ ଫେରିଯାଏ ଗଭୀର କୁ
ସେ ଗଭୀରତା ଟା ଖୁବ୍ ଗାଢ଼ ଥାଏ
ଠିକ୍ କଳା ବାଦଲ ପରି ।
କ୍ଷଣଭଙ୍ଗୁର ସ୍ୱପ୍ନ ମାନଙ୍କ ଠାରୁ
ନିଜକୁ ଦୂର କରିବା ଆଶାରେ
ସେଦିନ ତାଙ୍କ ହସରେ ତାଳ ଦେଇ
ମୁଁ ଖୁବ୍ ହସିଥିଲି ବିନା କାରଣରେ ।
ପରିବର୍ତ୍ତିତ ସମୟ ଖୁସି ର ଭାବ ଧାରା କୁ
ବାନ୍ଧି ପାରୁନଥିଲା ଅଜଣା ପୁଲକ ରେ ,
ଜୀବନ ପଛକୁ ଫେରି ଫେରି
କେତେବେଳେ ଶୈଶଵ କୁ ଚାଲି ଯାଇଥିଲା ,
କ୍ଷଣ ଟିଏ ବଞ୍ଚିଥିଲି ସେଦିନ
ବେପର୍ବା ବନ୍ଧନ ରେ।
ସେ ଅଜଣା ଙ୍କ ପାଦ ଆଗକୁ ବଢୁ ବଢୁ
ପଛକୁ ଫେରି ତୃପ୍ତିରେ ଚାହିଁଥିଲେ ଥରେ ,
ସେ ଆଖିର ଭାଷାରେ ଅନେକ କିଛି ପ୍ରଶ୍ନ ଥିଲା
ତାଙ୍କର ପ୍ରତ୍ୟେକ ପ୍ରଶ୍ନ ର ଉତ୍ତର ରେ
କେବଳ ମୋର ହସ ଟିଏ ଥିଲା।
ଗୁଣିଆ ଚିହ୍ନେ ଗୁଣକୁ ର ଢଗ ପରି
ବୋଧେ ମୋ ପରିଚୟ ଠିକଣା
ନିମିତ୍ତ ଶବ୍ଦରେ ଥିଲା,
ମୁଁ ହିଁ ମୋର ନିଜର ପୃଥିବୀ
ଧର୍ଯ୍ୟ ର ଆଶାବାଡ଼ି ରେ ଆଗକୁ ବଢ଼ିଛି
ବିନ୍ଧାସ୍ ହୋଇ ହସିବା ନିଶାରେ ।
ମନରେ ଢାଙ୍କି ରହିଥିବା ବାଦଲ କୁ ଅଢେ଼ଇ
ଝରି ପଡୁଥିବା କାକର ବିନ୍ଦୁ ରେ
ଭିଜିବାର ନିଶା ଥିଲା ବୋଧେ
ସେ ଅଜଣା ଙ୍କର
ସେଥିପାଇଁ ବେପର୍ବା
ଆକାର ର ସନ୍ଧାନ ରେ ଥିଲେ ।
ଠିକ୍ ମୋ ଭଳି ଲୁଣିଆ
ନିର୍ଭେଜାଲ ମନ ଟେ
ଦୁର୍ବଳତା ରୁ ବାହାରି
ଖଣ୍ଡିଉଡା ଦେଉଥିବା କୋହ ଭିତରୁ
ନିଜ ମୁକ୍ତି ର ଉତ୍ସବ ମନାଉଥିଲା ବେଳେ
ମୁକ୍ତ ପବନ ରୁ
ମୋ ଠିକଣା ଟା ବି
ଆପଣା ଛାଏଁ ଭାସି ଆସିଲା ।
ଜୀବନ ଚିତ୍କାର କରି କହୁଥିଲା
ନିଜକୁ ଥରେ ଆକାଶ କୁ
ସମର୍ପଣ କଲା ପରେ
ହଜେଇଲା ପରି ସେମିତି କିଛି ନଥାଏ।
