STORYMIRROR

Shiba Charan Mahapatra

Abstract

2  

Shiba Charan Mahapatra

Abstract

ଝରିପଡିଥିବା କିଛି ମୁହୂର୍ତ୍ତ

ଝରିପଡିଥିବା କିଛି ମୁହୂର୍ତ୍ତ

1 min
252

ମହକି ଉଠିବ କି ଆଉ

ସେ ଗୋଧୂଳି ଲଗନ ସଞ୍ଜ ବୁଡା ବେଳ

ଅବା ରକ୍ତବର୍ଣ ଦିଗ୍‌ବଳୟେ

ରୁଣୁଝୁଣୁ ବାଜି ଉଠିବ

ଗାଇଆଳ ଟୋକା ଗୋଠ ବଇଁଶୀ

ଗାଇ ବେକର କାଠ ଟିପା ଶବ୍ଦ


ଉନ୍ମୀଳିତ ହେବେ ସବୁ

ଦିବଙ୍ଗତ ମୂହୁର୍ତ୍ତଙ୍କ ଆତ୍ମା

ପୋଡା ହାଡର ପାଉଁଶ ଆଉ ରକ୍ତ ମାଂସ ସ୍ୱେଦ


ପ୍ରତିକ୍ଷଣ ଆତ୍ମଦାହ ଦେବା ପରେ

ଝରି ପଡେ କିଛି ମୁହୂର୍ତ୍ତର

ଗୁରୁଗୁରୁ ହଳଦିଆ ପତ୍ର


ଟିକେ ପ୍ରେମ , ଟିକେ ପ୍ରତାରଣା

ଟିକେ ବିଶ୍ୱାସ , ଟିକେ ଛଳନା

ଟିକେ ତ୍ୟାଗ , ଟିକେ ଭୋଗ

ଟିକେ ଯୋଗ , ଟିକେ ରୋଗ

ତାକୁ ଇ ତ ଲେଖି ଦେଇଯାଏ ସମୟ

ମନ ତଳେ ଆଙ୍କିଦେଇ

ସ୍ମୃତିର ସେ ଅଙ୍କା ବଙ୍କା ଝୋଟିଚିତ୍ର


ମୁଁ ଭିଜି ପାରେନା

ସେ ମୁହୂର୍ତ୍ତର ଲୁହର ଶ୍ରାବଣରେ ଅବା ଫୁଲର ଫଗୁଣରେ


ସେ ଆଡକରେ ମୁହଁ , ମୋ ଆଡକୁ ମେଲିଦେଇ ପିଠି

ଆଉ ମୁଁ ଚୁପ୍ ଚାପ୍ ଚାହିଁଥାଏ

ଅଫେରା ଅତିଥିର ବାଟ ଆଉ ତା' ହାତ ଲେଖା ଚିଠି

କିନ୍ତୁ ସେ ଆସେନି ଲେଉଟି


ତଥାପି ମୁଁ ବଞ୍ଚେ

କେଇ ମୁହୂର୍ତ୍ତର ନରମ ସ୍ପର୍ଶକୁ

ଗୁଣ୍ଡୁଚି ପରି ମୋ କଦାକାର ପିଠିରେ ନିତିଦିନ ସଞ୍ଚେ


ଯେବେ କଳ୍ପନାରେ

ଦୁନିଆର ଅଗୋଚରେ ସେ ଆସୁଥାଏ ଫେରି

ଫୁଲ ସବୁ ଫୁଟିଉଠେ ନଇ ଗାଏ ଗୀତ

ପକ୍ଷୀ ସବୁ ଡାକୁଥାନ୍ତି ନାଁ ତାର ଧରି

ଏ ମୁହୂର୍ତ୍ତ ଅଡିବସେ ବସିବାକୁ ମିତ

ଆଉ ମୁଁ

ବାସ୍ତବରେ ହସୁଥାଏ ନିଲଜଟେ ପରି


ଏବେ ଲୋଡାନାହିଁ

ସେ ଗୋଟିଏ ମୁହୂର୍ତ୍ତ ଦାନର ହାତ ଟେକା ପ୍ରେମ

ଅବା

ସ୍ଥାଣୁ ଶିଳାଲେଖାରେ କଏଦ୍ କରିବାକୁ

ମୋ ଭାବ ଆଉ ଶବ୍ଦ


ଲୋଡାନାହିଁ ସେ ଚିତ୍ରିତ ପୃଥିବୀର ଛାଇ

ମିଛ ଅନୁକମ୍ପା ଅବା ଇର୍ଷାଭର୍ତ୍ତି ଆଶୀର୍ବାଦ


ମୁଁ ଚାଲୁଛି ତ ଚାଲୁଥିବି

ଟକମକ ନିଆଁ ଥାଉ ଅବା ବିଷାକ୍ତ ଧୂଆଁ

ସେ ପ୍ରତିଘାତକୁ ଛାଇ କରି ମୋତେ ଚାଲିବାକୁ ଦିଅ


ହେ..ଝରି ପଡୁଥିବା ମୁହୂର୍ତ୍ତ

ପର ଛାଇରେ ମୁଁ ଖୁବ୍ ଖେଳିଲି

ଏବେ ନିଜ ଛାଇରେ ନିଜ କଳ୍ପନାର ଦୂର୍ଗ ମୋତେ ତୋଳିବାକୁ ଦିଅ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract