Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo ( Neetu )

Romance

4.0  

Satyanarayan Sahoo ( Neetu )

Romance

ଝରା ଶ୍ରାବଣର ସ୍ମୃତି

ଝରା ଶ୍ରାବଣର ସ୍ମୃତି

1 min
239


ଏଇ ଯେ ବରଷା ଆଜି 

ବରଷାର କୋଟି ବିନ୍ଦୁ !!

ପ୍ରତି ଝରା ବିନ୍ଦୁ ଅଜାଡ଼ି ଦେଉଛି

ମୋ ମନ ଗହୀରେ

ତୁମ ସାନ୍ନିଧ୍ୟର କେତେ ନବରଙ୍ଗ

ସଜ ଲାଜ ସ୍ମୃତି ସିନ୍ଧୁ II


ଏଇ ଭସା ମେଘ, ଆକାଶେ ଭାସୁଛି

ତୁମକୁ ଛୁଇଁଛି ସତେ !!

ମୋତେ ଛୁଇଁଦେଲେ

ତୁମ କବରୀର ପିଆସୀ ଓଠର

ରୋମାଞ୍ଚିତ ଗନ୍ଧ ବିଭୋର କରୁଛି ମୋତେ !!


ଅଗଣାରେ ମୋର ସାଧବ ବୋହୂ,

ଖେଳେ ରଙ୍ଗ ଜଳ ଧାର

ମୋତେ ଲାଗେ ସତେ

ମୋ ଅଗଣା ସାରା ତୁମ ପାଦ ଚିହ୍ନ,

ନାଲି ଅଳତାର ଗାର II


ଏଇ ଯେ ପବନ ସାଉଁଟି ଆଣିଛି

ତୁମ ତନୁ ଭରା ମଧୁର ବେପଥୁ,

ଗୁପ୍ତ ଇଲାକାର ତାପ ;

ଛୁଇଁ ଯାଏ ଯେବେ ଭରିଯାଏ ଦେହେ

ଅଜଣା ସିତ୍କାର

ମନ ଖୋଜେ ସାଥୀ ସେଦିନର ସ୍ମୃତି

ମନ କନ୍ଦରରେ ଫୁଟି ଯାଏ ସତେ

ଲକ୍ଷେ ରୋମାଞ୍ଚ ର ପୁଷ୍ପ II


ଝରା ଶ୍ରାବଣରେ ଏତେ ଆବେଗରେ

ମୋତେ ଲାଗେ ସତେ

ଝରି ଯାଏ ତୁମ ମନ

ତୁମେ ମୋର ସ୍ମୃତି ତୁମେ ମୋର ସ୍ଵପ୍ନ

ତୁମେ ମୋର ମୃତ୍ୟୁ ତୁମେ ମୋର ଜନ୍ମ

ତୁମେ ପରା ସାଥୀ ମୋ ଚିର ଇପ୍ସିତ

ପ୍ରେମ ଭରା ମଧୁ ଜହ୍ନ II


   


Rate this content
Log in

Similar oriya poem from Romance