STORYMIRROR

Panchanan Jena

Fantasy

3  

Panchanan Jena

Fantasy

ଝପେ ବରଷା

ଝପେ ବରଷା

1 min
174


ଆଦ୍ୟ ଆଷାଢ଼ର ରିମ୍ ଝିମ୍

କପେ ଗରମ ଚା'ର ବାମ୍ଫ ସିମ୍ ସିମ୍

ଖୋଲା ବାଲକୋନି ଟିମ୍‌ ଟିମ୍

ଇଜି ଚେୟାର ଡାକି ବସେଇଲା କହିଲା 

 ସାମଥିଙ୍ଗ୍ ସାମଥିଙ୍ଗ୍ ।


ଅତୀତ ଅପାସୋରା ସ୍ମୃତିସବୁ

 ଦୌଡ଼ି ଆସିଲେ

ପିଟି ହୋଇଗଲେ 

କଡ଼ ଲେଉଟେଇଲେ

ମୁରୁକିହସା ମାରିଲେ

ଛାତି ତଳେ କୁତୁକୁତୁ ଲାଗିଲା

ମୁଁ ବି ମୁଚୁକି ହସି ଦେଲି ।


ଉଦା ଲୁଗାରେ ନିତମ୍ବ ବିମ୍ବ

ମଉଳା ମନରେ ସଜଳ ପ୍ରତିବିମ୍ବ

ଆକାଶରେ ଭଦ୍ରଧନୁର ରଜ ମଉଜ

ପ୍ରୀତିଲଗ୍ନା ପ୍ରୀୟ। ପଖାଳୁଛି 

ତପୋବନେ ଭିଜା କୁନ୍ତଳ ମୁରୁଜ ।


ହାତ ପ୍ରସାରି 

ଆଉଜି ଆହୁରି

ବର୍ଷା ଛିଟା ପାପୁଲି ଆବୋରି

ଚଳୁ କରି କ୍ଷେପଣ ପ୍ରକ୍ଷେପଣ ବିସ୍ତାରି

ପିଲାଦିନିଆ ଅଭ୍ୟାସର ପୁଃନରାବୃତ୍ତି 

ଖୁସି ମାଡୁଥିଲା ପ୍ରଶାନ୍ତିରେ ସରି ।


କି ସୁନ୍ଦର ଆହା ମନୋରମ

ଦିଗବଳୟ ଆରପାଖେ ପାହାଡ଼କୁ ଛୁଇଁ

ଧୂଆଁଧାର ଉତ୍ତମ ମଧ୍ୟମ

ଅମ୍ବର ପିନ୍ଧି ନୀଳ ଚେଳ ଶାକମ୍ବରୀ

ଯିବ ଶାଶୁଘର 

ଆଖି ମାନୁନାହିଁ ବୋଲ 

ଝରି ପଡ଼ୁଛି ମୁକ୍ତାବିନ୍ଦୁ ଚୁପୁରୁ ଟାପର

ସଭିଏଁ ଥମ୍ ଥମ୍ ନିରୁତ୍ତର 


ନିଦାଘର ତତଲା ଝାଞ୍ଜିକୁ 

ଖେଦି ଦେଇଛି 

ଝପେ ବରଷା

ଭଲ କରିଛି ମାରି କଣଠେସା

ଗୁଳ୍ମଗୁଳି ବେଶି ବହପ ଦେଖାଉଥିଲା

ଗର୍ବରେ ଫାଟି ପଡୁଥିଲା

ଆତଙ୍କ ରାଜ ଚଳେଇଥିଲା

ଚର୍ବି ମିଳେଇ ଗଲା 

ହାଏ ରେ ହାଏ

ଖର୍ବ ହେଲା ଗ୍ରୀଷ୍ମ ଦୁର୍ବ।ସାର 

ରାଗ ସପ୍ତଫେଣୀ ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Fantasy