STORYMIRROR

pranati Mahapatra

Tragedy

2  

pranati Mahapatra

Tragedy

ଜହ୍ନରେ ରହିବ ଆମ ଠିକଣା

ଜହ୍ନରେ ରହିବ ଆମ ଠିକଣା

1 min
227

କେତେ ବୁଦ୍ଧିମାନ ବିଜ୍ଞ ପ୍ରାଜ୍ଞ ପୁଣି ଜ୍ଞାନୀ ଗୁଣୀ

ଆଜିର ଏ ନୂତନ ପିଢି,

ନିମିଷକେ ଯାଇ କେଉଁଠି ପହଞ୍ଚି କେଉଁ ଠାରୁ

ସେ ଆସନ୍ତି ବାହୁଡି।

ନୃବାନର ବେଳେ ବା ପରବର୍ତ୍ତୀ କାଳେ

ଜହ୍ନକୁ ନେଇ କେତେ କାହାଣୀ,

ସେହି ଜହ୍ନ ଆଜି ବୈଜ୍ଞାନିକଙ୍କର 

ହୋଇଛି ସାଇତା ଖଣି।

ପରୀକ୍ଷା ନିରୀକ୍ଷା ଅବ୍ୟାହତ ପୁଣି

କେ ବାସ ପାଇଁ କରନ୍ତି ଯୋଜନା,

କେତେ ଯାନ ଯାଇ ଆସିଲେଣି ଫେରି

ଦିଅନ୍ତି ଜହ୍ନ ଠିକଣା।

ଜହ୍ନ ଅନ୍ୟନାମ ଚନ୍ଦ୍ର ଯେ ଅଟଇ

ତା ନାମେ କେତେ କଳ୍ପନା,

ପୃଥିବୀରେ ଆଉ ଇଚ୍ଛା ହେଉନାହିଁ

ଜହ୍ନରେ ରହିବ ଆମ ଠିକଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy