Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sneha Mishra

Romance

3  

Sneha Mishra

Romance

ଜହ୍ନରାତି

ଜହ୍ନରାତି

1 min
228



କୁମୁଦିନୀ ବିରହିଣୀ   ଭିଜି ଯିବା ପାଇଁ

            ତୁମ ଜ୍ୟୋସ୍ନା ପରଶରେ |

 ଆଗମନ ପ୍ରତୀକ୍ଷାରେ ଚାହିଁ ରହିଚି ମୁଁ

            ସୁଷୁପ୍ତ ଅବ୍ୟକ୍ତ ଭାବରେ ||୧||


କର୍ମମୟ ଜୀବନର  ନୀରସ ବିରହ ବ୍ୟଥାରେ

ଢାଳିଦିଅ ତୁମେ ପ୍ରେମ ସୁଧାବିନ୍ଦୁ

            ଏ ବିରହିଣୀ ଅତୃପ୍ତ ଓଠରେ ||୨||


 ପ୍ରଗଲ୍ଭା ମୁଁ ପାଗଳିନୀ ଚାତକିନୀ ସମ

               ମୁଁ ଅପେକ୍ଷାରତ |

ସ୍ଵାତି’ ନକ୍ଷତ୍ର ପରି  ତୃପ୍ତ କରିଦିଅ

         ସତେ ପରା ଅବ୍ୟକ୍ତରୁ ବ୍ୟକ୍ତ ||୩||


ଏଇ ଜୋଛନାଭରା ଆଲୋକରେ

           ଆଜି ଯେ ମହାମିଳନ |

ସବିଜିମା କରିଦିଅ ଏ ଶୁଷ୍କ ମରୁଭୂମିକୁ

           ଦେଇ ନୂତନ ଜୀବନ ||୪||


Rate this content
Log in

Similar oriya poem from Romance