ଜହ୍ନରାତି
ଜହ୍ନରାତି
ଜହ୍ନରାତି ଗୀତ ଗାଏ
ହୃଦୟ ତନ୍ତ୍ରୀରେ ଶୁଣାଇ ମଧୁର ଝଙ୍କାର,
ବିଭୋର ପଣରେ ମଜ୍ଜି
ମନ ଦେଖେ ଅନାବନା ସ୍ବପ୍ନର ସମ୍ଭାର ।
ପବନରେ ଭାସିବୁଲେ
ଅନାମିକା ଫୁଲର ମନହଜା ସୁରଭୀ
ବିରହୀ ଚକୋର ପକ୍ଷୀ
ନିନ୍ଦୁଥାଏ ଭାଗ୍ଯକୁ ଦୂରେ ଦୂରେ ଥାଇ ।
ଏତେ ସବୁ ଆୟୋଜନ
କା ପାଇଁ ସଜାଡି ରଖେ ପୂର୍ଣ୍ଣିମାର ରାତି
ମିଠା ମିଠା ଆବେଶରେ
ଝୁମୁଥାଏ ଯନ୍ତ୍ରଣାସିକ୍ତ ପୃଥିବୀର ଛାତି ।
ପ୍ରେମ ହିଁ ପରମ ପ୍ରାପ୍ତି
ସୃଷ୍ଟିର ସମ୍ଭାର ପାଇଁ ମୃତ୍ଯୂଞ୍ଜୟ ମନ୍ତ୍ର
ଜହ୍ନରାତିର କବିତା
ଆବୃତିରେ ମୁଗ୍ଧ ଏବେ ପ୍ରତିଟି ମୁହୂର୍ତ।