STORYMIRROR

Titi Sarangi

Inspirational

3  

Titi Sarangi

Inspirational

ପରୀ ରାଜକନ୍ଯା

ପରୀ ରାଜକନ୍ଯା

1 min
25.5K



ତୋଟା ଗହଳର ଶାଗୁଆ ଦିଗନ୍ତ

ଧାନ କିଆରୀରେ କଅଁଳ ଖରା,

ପାହାଡ ସେପାରି ନୀଳ ନଈକୂଳେ

ସବୁଠି ତୋହର ଲକ୍ଷ୍ମୀ ପହରା ।


ଗହଳ ଵାଳରେ କଳାବେଣୀ ତୋର

ପ୍ରଜାପତି ଭଳି ନାଲି ରିବନ୍

ଉଡିବୁଲୁ ଥାଏ କୁନି ରାଇଜରେ

ପବନରେ ଆଙ୍କି ମିଠା ଚୁମ୍ବନ ।

ଆଜି କାହିଁ ଏତେ ଅସୁରର ଆଖି

ତୋ କଅଁଳ ଦେହେ ଦିଏ ନଜର,

ତୋ ପାଇଁ କି ଲୋଡା ଦିନଟିଏ ଏଠି

ବୁଝାଇ ଦେବାକୁ ମୂଲ ତୋହର !!


ତୁ ଅମୂଲ ମୂଲ ତୁ ଅପରାଜିତା

ହସରୁ ଝରଇ ମୁକ୍ତାମାଳା,

ତୋ ଲୁହ କାହିଁକି ଏତେ ଶସ୍ତା ଆଜି

ସତେ କି ଦୁନିଆ ହେଲା ବାଉଳା ?

କୋଠୀରେ ତୋ ଦେହ ନଖରୁ ନାସିକା

ମୂଲଚାଲ ହୁଏ ଆକାଶଛୁଆଁ

କୋଠାଘରେ କିନ୍ତୁ ଅଲୋଡା ଅଖୋଜା

ସତେ କି ପଥର ଦେବୀ ପ୍ରତିମା ।


ତୋ ମହିମା କେବେ ଭୁଲି ଯାଆ ନାହିଁ

ପରୀ ରାଇଜର ରାଜକନ୍ଯା ତୁ ,

କୋଠୀ ନୁହଁ କୋଠାଘରେ ଝରାଇବୁ

ଅମୃତ ପରଶ ତୋଅରି ହାତୁ ।



(ଆଜି କନ୍ୟା ସନ୍ତାନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ "ପରୀ" ପାଇଁ ମୋର ଏ କବିତାଟି ନିବେଦିତ ।)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational