STORYMIRROR

Titi Sarangi

Inspirational

3  

Titi Sarangi

Inspirational

ରଜପର୍ବ

ରଜପର୍ବ

1 min
13.2K



ହଁ ଏବେ ବି ରଜପର୍ବ ଆସେ

ନ ଥାଉ ସେ ମେଳିମେଳି ଝିଅଙ୍କ ଗହଳି

ନ ଉଡୁ ପଛେ ନାଲିନେଳୀ ରିବନ

ଆଉ ହଳଦୀବୋଳା ମୁହଁର ଖିଲିଖିଲି ହସ ।

ମନ ଦିଆନିଆର ସେ ସରଗପୁର ତୋଟାଗହଳେ

ଜମୁନି ଆଉ ପୁଅଙ୍କ ବାଗୁଡି ଖେଳ

କି ଝିଅଙ୍କ ବାଉଁଶ ଦୋଳି

ନୂଆ ଲୁଗାରେ ଅଳତା ମଖା ଛମଛମ ଚାଲି

ଚହଲା ମନରେ ବଡଙ୍କ ଆକଟ ଆଉ ନହୁଲୀ ଵୟସ ।

ଦିଶି ଯାଉନି ମାଆର ଭାର ସଜଡା

କୁହୁଳା ମନ ତଳର ବ୍ଯଥାଭରା ଆଖିଲୁହ

'ଆହା ଝିଅମୋର ଏଇ ଦିନେ ବୁଲୁଥିଲା ଦାଣ୍ଡବାରି

ଆଜି ସିଏ ଓଢଣା ଢଙ୍କା ଵୋହୂଟିଏ

ଶୋଭା ଆଉ କାହା ଘରର !


ନୂଆ ଵୋହୂ ଓଢଣାତଳୁ ଦିଶେନି ଆଉ

ଉଜେଇଁ ଦେଇ ଆସିଥିବା କୁଆଁରୀ ଦିନର

ଝୁରୁଥିବା ମନ ତଳୁ ଭିଜା ଆଖିପତା ତଳେ

ଉଦସୀ ଚାହାଣୀର ସେ ମିଠାମିଠା ଠାଣି ।

ଏଣ୍ଡୁରୀ ,ପୋଡପିଠା ଆଉ ଭଳିଭଳି ରାନ୍ଧଣା

ରାନ୍ଧି ଖୁଆଇଵା ପାଇଁ ଲୋଡା ହେଲାଣି

ଟିଭି ସୋ ଆଉ ରିୟଲିଟି ପ୍ରତିଯୋଗିତାର ।

ବଦଳି ଯାଉଥିବା ସମୟରେ ଆମେ ଭାସି ଯାଉଯାଉ

ଦୁଃଖକରି ଅଟକି ହେବନି କି ଏସବୁକୁ ଭୁଲି ହବନି

ଯେମିତି ଆସୁଛି ରଜ ସେମିତି ପାଳିବା

ଆଉ ମନେ ରଖିଥିବା "ନୂତନର ସମ୍ଭାବନାରେ

ପୃଥିବୀ ମାଆ ରଜସ୍ବଳା ଆଜି !"

ଏଇ ତିନି ଦିନ ତାଙ୍କ ପ୍ରତି ରଖିଥିବା ବିଶେଷ ସମ୍ମାନ

ଆମ ପରମ୍ପରାର ଏ ଅନନ୍ଯ ବିଭବ

ପ୍ରକୃତି ସହିତ ଯହିଁ ନିବିଡ ଭାବେ ଜଡିତ ଜୀବନ ।



(ହାପି ହାପି ପହିଲି ରଜ)


Rate this content
Log in

Similar oriya poem from Inspirational