Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Inspirational

2  

Titi Sarangi

Inspirational

ବର୍ଷା ଝରା ରାତି

ବର୍ଷା ଝରା ରାତି

1 min
6.4K



ଶୁଣିଵାକୁ ଭଲଲାଗେ ବର୍ଷା ଝରା ରାତିର କାହାଣୀ,

ବୁଝି ସିନା ହୁଏ ନାହିଁ ହୃଦୟକୁ ଯାଏ ଛୁଇଁ

ରିମଝିମ୍ ମେଘ ଗାଏ ବିଭୋର ରାଗିଣୀ ।

ପୁଲକିତ ପୃଥିବୀର ଦେହ ଆଜି ପ୍ରେମରେ ମଗନ,

ଝୁରିଲାପଣରେ ଆଜି ପୁରିଲା ଭାବଟି ମିଶି

ଶୀତଳି ଯାଉଛି ତାର ବିଦଗ୍ଧ ପରାଣ ।

ବର୍ଷା ଝରା ରାତି ଖୋଲେ ସ୍ବପ୍ନଭିଜା ମନର ଗୁମର

କାହାକୁ କିଏ ବା କହେ ଶୁଣେ ଅବା କିଏ

ସେଇ ରାଇଜର ଭାଷା ବୁଝେ ଏକା ନିଭୃତ ଅନ୍ତର ।


ସ୍ବାତୀ ଲଗନରେ ବର୍ଷା କେଵେ ହେଵ କିଏ ବା ଜାଣିଛି

ନଥାଉ ସେ ପ୍ରତିଶ୍ରୁତି ମୁକ୍ତା ଟିଏ ପାଇଁ

ଥାଉ ତ ଏ ବର୍ଷାର ଗଜଲ ଯାହା ଶୁଣି ହୃଦୟ ଭିଜୁଛି ।

ଶୁଭରାତି ।


Rate this content
Log in

Similar oriya poem from Inspirational