ଧରିତ୍ରୀ ପ୍ରତି
ଧରିତ୍ରୀ ପ୍ରତି
କାହିଁ କେଉଁ ଯୁଗରୁ ସେ ସେମିତି ଝୁଲୁଛି
ଶୂନ୍ଯତାକୁ ସାଥୀକରି ପୂର୍ଣ୍ଣତା ଭରୁଛି ।
ତା ବୁକେ ସାଇତା ଅଛି କେତେ ଯେ ଯନ୍ତ୍ରଣା
ତଥାପି ତା ଚଲାପଥୁ କେଵେ ସେ ହୁଡେନା ।
ଦେଖିଛି ଅହଂକାରୀର ଯୁଦ୍ଧ ବିଭୀଷିକା
ଦେଖିଛି ଅଵିଶ୍ବାସୀର ଛଳନାର ମୁଖା ।
କେତେ ନୀରିହ ରକ୍ତରେ ଭିଜିଛି ତା ଦେହ
ତଥାପି ଶୂନ୍ଯତା ସାଥେ ଭରିଛି ସେ ମୋହ ।
ପ୍ରାଣର ସ୍ପନ୍ଦନ ଧରି ନିଷ୍ପ୍ରାଣ ଶରୀରେ
ଘୁରୁଛି ସେ କାହାପାଇଁ ଅନନ୍ତ ପଥରେ ।
ତା ଗର୍ଭେ ସାଇତା ଅଛି ଅସରନ୍ତି ସ୍ବପନ
ଆମପାଇଁ ତ୍ଯାଗ ତାର ଚିର ଅମଳିନ ।
ଆସ ଥରେ ତା ପାଇଁ କରିଵା ଶପଥ
ତାହାକୁ କରିଵା ନାହିଁ କେଵେ ଆତଙ୍କିତ ।
ସେ ପରା ସର୍ବ ସହଣୀ ମାଆଟି ଆମର
ତାରି ପାଇଁକି ସିନା ଆମର ଏ ଜୀବନ ସୁନ୍ଦର ।