STORYMIRROR

Debadatta Jena

Romance

4  

Debadatta Jena

Romance

ଜହ୍ନର ଠିକଣା...

ଜହ୍ନର ଠିକଣା...

1 min
255

ଜହ୍ନରେ ଜହ୍ନ..!

କହିଦେ'ରେ ଜହ୍ନ, ଜହ୍ନରେ ଜହ୍ନ..!

ଜହ୍ନରେ ଜହ୍ନ..!

କହିଦେ ତୁ କଇଁକୁ, ଅମାନିଆ ନଈକୁ, 

ତା'ର ଗହଳ ଲତାରେ ଉଙ୍କି ମାରେ କାହିଁ 

ଅସୁମାରୀ ମିଠା ପ୍ରଶ୍ନ..? 

ଜହ୍ନରେ ଜହ୍ନ..!

ତୋ' ଦେହରେ ଅଛି ଜ୍ୟୋସ୍ନା, 

ମହକରେ ମହୁ ବାସ୍ନା, 

ତୋ' ଜ୍ୟୋତିରେ ମେଘ ତୃଷ୍ଣା, 

ଋତୁ ହୁଏ ଋତୁପର୍ଣ୍ଣା, 

କାହିଁ ଚୋରାଇ ଆଣୁଛୁ ତୋ' ଦେହର ସବୁ 

ଆକର୍ଷକ କଳାଚିହ୍ନ..? 

ଜହ୍ନରେ ଜହ୍ନ..!

ସ୍ୱପ୍ନରେ ସ୍ୱପ୍ନ..! କହିବୁରେ ସ୍ୱପ୍ନ, 

କହିଦେ' ତୁ ରାତିକୁ, 

ନିଦ ନେଉ ଆଖିରୁ, 

କାହିଁ ଲୁଚାଇ ପାରୁ ତୁ ତୋ' ଦେହର ଯେତେ ଅପାସୋରା ସବୁ ଯତ୍ନ..? 

ସ୍ୱପ୍ନରେ ସ୍ୱପ୍ନ..!

କେଉଁ ଦେଶେ ଘର ତୋ'ର, 

ଲାଗୁ ଏତେ ଆପଣାର, 

ଆକାଶରେ ଇନ୍ଦ୍ରଧନୁ, ରଂଗ ବାଣ୍ଟୁ ରୂପ ଆଣୁ, 

ମନରେ ଭରୁ ତୁ ଆଶା ଆକାଂକ୍ଷାର 

ଯାଦୁ କୁହୁକର ମନ୍ତ୍ର..? 

ସ୍ୱପ୍ନରେ ସ୍ୱପ୍ନ..!

ନଈ ହୁଏ ନୀଳବର୍ଣ୍ଣା, ରାତି ଗନ୍ଧେ ଶ୍ୱେତପଦ୍ମା, 

ଫୁଲ ବୁଣେ ପୁଷ୍ପ ରେଣୁ, ଭଅଁର ବି ଗୁଣୁ ଗୁଣୁ, 

କହ କେଉଁ ଉପାଦାନେ ଗଢ଼ା ତୋ' ହୃଦୟ 

କେଉଁଠି ତୋ'ର ଠିକଣା..? 

ଜହ୍ନରେ ଜହ୍ନ, ତୁ କହିଦେ'ରେ ଜହ୍ନ..? 

ସ୍ୱପ୍ନରେ ସ୍ୱପ୍ନ, ତୁ କହିବୁ କି ସ୍ୱପ୍ନ..? 

ଜହ୍ନରେ ଜହ୍ନ..ହଁ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance