STORYMIRROR

Dharitri Das

Children

3  

Dharitri Das

Children

ଜହ୍ନର ଠିକଣା

ଜହ୍ନର ଠିକଣା

1 min
468


ଅମାବାସ୍ୟା ପରଦିନ ଚାନ୍ଦରୂପେ ଉଇଁ

କିସୁନ୍ଦର ଦିଶୁଥାଉ ଆକାଶରେ ଥାଇ।

ସରୋବରେ ଅପେକ୍ଷାରେ ରହିଥାଏ କଇଁ

ପ୍ରସ୍ଫୁଟିତ ହୋଇଥାଏ ତୋ କିରଣ ପାଇ।

ପୂର୍ଣ୍ଣିମାରେ ପୂର୍ଣ୍ଣଚାନ୍ଦ ରୂପେଦୃଶ୍ୟ ହେଉ

ସୁଶୀତଳ କିରଣରେ ମନମୋହି ନେଉ।

ଛୋଟଶିଶୁ ହସୁଥାଏ ମାଆକୋଳେ ଥାଇ

ହାତଠାରି ଡ଼ାକୁଥାଏ ଜହ୍ନମାମୁଁ ଆଇ।

ଆସ ଆସ ଜହ୍ନମାମୁଁ ମୋର ପାଶେ ଆସ

ତୁମ ସାଥେ ଯିବି ମୁହିଁ ମାଇଁଙ୍କର ପାଶ।

ମାମୁଁ ଘର ଯିବା ଇଚ୍ଛା ବଢି ଥିଲା ତାର

ବୁଝିଥିଲା କେଉଁଠାରେ ମାମୁଁଙ୍କର ଘର।

ମାଆ ତାର କହିଥିଲେ ଜହ୍ନର ଠିକଣା

ପାଇବୁରେ ବଡ଼ ହେଲେ ହୁଅନାହିଁ ବଣା।

ପାଠ ପଢି ଜ୍ୟୋତିର୍ବିଦ ହେବୁ ଯେବେ ତୁହି

ସିଦ୍ଧାନ୍ତ ଦର୍ପଣୁ ଯିବୁ ଜ୍ଞାନାଲୋକ ପାଇ।

ମହାକାଶଚାରୀ ହୋଇ ଆକାଶେ ଉଡ଼ିବୁ

ତେବେ ଯାଇ ଜହ୍ନର ଠିକଣା ତୁ ପାଇବୁ।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children