STORYMIRROR

ଦୀପଙ୍କର ଦାସ

Inspirational Children

4  

ଦୀପଙ୍କର ଦାସ

Inspirational Children

ସହିଦ

ସହିଦ

1 min
517

ଏବେ ଆଉ ଚୁପ୍ ନୁହଁ ଜବାବ୍ ଦିଅ

ପଥର ର ଜବାବ୍ ତୁମେ ଲୁହାରେ ଦିଅ

ଶାନ୍ତି ଆଉ କେତେ ଦିନ ଯୁଦ୍ଧ ହିଁ କରିନିଅ

ଏମିତି ହିଁ କହିଥିଲ ନା କାରଗିଲ ଆଗରୁ

ଏମିତି ହିଁ ରାଗିଯାଅ ଛୋଟ ଛୋଟ କଥାରୁ

ଦେଖ ତୁମ ପାଇଁ ସେ ଜୀବନ ଦେଇଦେଲା

ତୁମ ଅଭିମାନ ଆଉ କିଛି ସ୍ୱାଭିମାନକୁ

ରଖିବାକୁ ଯାଇ ସେ ଆଜି ଧୂଆଁ ହେଇଗଲା

ପ୍ରତିବଦଳରେ ତୁମେ ଜିତିବା ଖୁସିରେ ବିଭୋର ହେଲ 

ଆଉ ସହିଦ ପାଇଁ ମହମବତୀ ଧରି ପଦ ଯାତ୍ରା କରି ବାହାରିଲ

ଦେଖ ତାର ସେଇ କୁନି ଝିଅର ଆଖିକୁ ଯିଏ

ବାପାଙ୍କୁ ଟିଭିରେ ଦେଖି ଆଉ ଖବର କାଗଜରେ ଦେଖି

କେତେ ଖୁସି ହେଇଥିଲା

ସେ ବୁଝିନଥିଲା ତା ବାପା ଆଉ କେବେ ଫେରିବେନି

ସେମିତି ଖବର ଦେହରେ ରହିଯିବେ

ସେ ସହିଦ ହେବା ସହ

ସହିଦ ତା ଝିଅର ଭବିଷ୍ୟତ ହୋଇଥିଲା

ସହିଦ ତା ସ୍ତ୍ରୀର ସିନ୍ଦୂର 

ଯିଏ ତା ଭରସାରେ ରହିଥିଲା

ସହିଦ ସେ ମାଆ ଆଶା, 

ଯିଏ ପୁଅକୁ ଅପେକ୍ଷା କରିଥିଲା

ସହିଦ ସେ ବାପାର ସାହସ 

ଯିଏ ଏତେ ସାହସରେ ତାକୁ ସେନାକୁ ପଠାଇଥିଲା

ସହିଦ ସେ ଭଉଣୀର ରାକ୍ଷୀ

ଯାହାର ସୂତା ସବୁଦିନ ଖୋଲା ରହିଲା

ସହିଦ ସେ ଗାଆଁର ଗର୍ବ

ଯିଏ ଗର୍ବରେ ଚାରିଆଡ଼େ କହୁଥିଲା

ସହିଦ ସେ ରାସ୍ତା ଘାଟ

ଯିଏ ତାର ଫେରିବା ବାଟକୁ ଚାହିଁଥିଲା

ଏ ସବୁ ଶୁଣି କାନ୍ଦୁଛ କଣ ପାଇଁ

ତୁମେ ହିଁ ତ ସରକାରଙ୍କୁ କହିଥିଲ

ଜବାବ୍ ଦିଅ ଯୁଦ୍ଧ କର

ତୁମ ପାଇଁ ହିଁ ସେ ସହିଦ ହେଲା।



Rate this content
Log in

Similar oriya poem from Inspirational