Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Children

4  

Sudeshna Pradhan

Children

ସାଥୀ

ସାଥୀ

1 min
453


ପିଲାଙ୍କର ସାଥୀ ବହି ଖାତା ଆଉ ସିଲଟ ଖଡ଼ି   

ଅଜାଙ୍କର ସାଥୀ ପାନବଟା ଆଉ ବଂକୁଲି ବାଡ଼ି |  


କୃଷକର ସାଥୀ ହଳ ଲଙ୍ଗଳ ଓ କୋଦାଳ କୋଡ଼ି  

କେଳାଙ୍କର ସାଥୀ ନାଗ ନାଗେଶ୍ୱରୀ ସାପୁଆପେଢ଼ି | 


ମାଳୀଙ୍କର ସାଥୀ ଫୁଲବଗିଚା ଓ ଫୁଲ ଚାଙ୍ଗୁଡ଼ି   

ଗୋପାଳଙ୍କ ସାଥୀ ଗାଈ ବଳଦ ଓ ପଖିଆ ବାଡ଼ି | 


ଗୁଡ଼ିଆଙ୍କ ସାଥୀ ଖିରା କୋରା ଆଉ ଉଖୁଡା ମୁଢି  

ଜୋତିଷଙ୍କ ସାଥୀ ପାଞ୍ଜିବିଡା ଆଉ କୋଚିଲାଖଡ଼ି |


ବୋଉଙ୍କର ସାଥୀ ଘରଟିରେ ଆମ ପିଉସୀ ଖୁଡ଼ି  

କୁନାକୁନି ସାଥୀ ଅଜା ଆଈ ଆଉ ଖେଳଣାପେଡି | 


ଶିକ୍ଷକର ସାଥୀ ଶିଷ୍ୟ କଳାପଟା ଡଷ୍ଟର ବାଡ଼ି  

ସେନାଙ୍କର ସାଥୀ ଦେଶଭକ୍ତି ଆଉ ବନ୍ଧୁକ ଗୁଳି |  


କୁମ୍ଭାରର ସାଥୀ ମାଟିଚକ ହାଣ୍ଡି ମାଠିଆ ଗଢି   

କମାରର ସାଥୀ ଚୁଲି ହାତୁଡିକୁ ଲୁହାର ଖାଡ଼ି | 


ଟେଇଲର ସାଥୀ ମେସିନ ସୂତା ଓ କପଡା ଶାଢ଼ୀ  

ଦୋକାନୀଙ୍କ ସାଥୀ ରାସନ ସଉଦା ଖୁଚୁରାପେଢ଼ି |


ମୋଚିଙ୍କର ସାଥୀ ଛିଣ୍ଡା ଜୋତା ଛତା ଟାୟାର ଧଡ଼ି  

ହୋଟେଲର ସାଥୀ ପୁରି ସମୋସା ବରା ପକୁଡି | 


ଦେଶର ସାଥୀ ସୁକର୍ମ ସୁଜନ ଆଉ ନେତା ମନ୍ତ୍ରୀ   

ଜୀବନର ସାଥୀ ସୁକର୍ମ ସୁଭାଷା ସତ୍ୟ ଶାନ୍ତି |



Rate this content
Log in

Similar oriya poem from Children