STORYMIRROR

ରମାକାନ୍ତ ରାଉତ

Children Stories

4  

ରମାକାନ୍ତ ରାଉତ

Children Stories

ସମୟ କହେ

ସମୟ କହେ

1 min
539

ନିରୋଳା ରାତିର ଉଦାସ ମନ,

ମନେ ପଡ଼େ ଆଜି ମୋ ପିଲାଦିନ।୧


ମାଟିରୁ ଆକାଶ ମାପି ହୁଏନା,

ପିଲାଦିନ ଆଉ କେବେ ଆସେନା।୨


ପିଲାଦିନ ଭୁଲ୍ ସବୁଠି କ୍ଷମା,

ଯେତେ ମାଡ଼ ଗାଳି କାଟେନି ଜମା।୩


ଆମ୍ବ ,କେନ୍ଦୁ,କୋଳି ଓ ବରଗଛ,

ସହରର ପାର୍କ ତା ଆଗେ ତୁଚ୍ଛ।୪


ଖୋ ଖୋ ଲୁଚ଼କାଳି ବାଗୁଡ଼ି ଖେଳ,

ନାହିଁ ପାଖେ ଆଜି ସେ ସାଙ୍ଗମେଳ।୫


ପରୀରାଇଜର ସେ ରାଜା ରାଣୀ,

ଭାବନାରେ ଆସେ କେତେ କାହାଣୀ।୬


ହଜିଗଲା ଆଜି ମିଠା ସମୟ,

ପଡ଼ିଗଲେ ମନେ ଲାଗେ ଅଥୟ।୭


ହଜେଇ ଦେଇଛି ବାଳୁତ ଖୁସି,

ମନେ ପଡ଼େ ଯେବେ ଭାବେ ମୁଁ ବସି।୮


ମନ ଭାବନାରେ ଓଠରେ ହସ,

ବୟସର ନୁହେଁ ସମୟ ଦୋଷ।୯


ଦିନର ସୂରୁଜ ଜହ୍ନର ରାତି,

ଦିନ ପରେ ଦିନ ଯାଇଛି ବିତି।୧୦


ପିଲାଦିନ ଖୁସି ଯାଇଛି ପାହି,

ମୋ ପିଲାଦିନକୁ ବୁଝେନା କେହି।୧୧


ଏ ଜୀବନ ଆଜି ଦେଖେ ସପନ,

ଆସିବକି ଫେରି ମୋ ପିଲାଦିନ।୧୨


ଗଡୁଛି ସମୟ ଦିବସ ମାସ,

ଫେରିବ ଅତୀତ ନାହିଁ ବିଶ୍ୱାସ।୧୩


ଫେରିବାକୁ ମନ ମାଗେ ମଞ୍ଜୁରୀ,

ସମୟ କହେ ମୁଁ ପାରେନା ଫେରି।୧୪


ଭାବି ମନ କଷ୍ଟ ଖୋଜଇ କେତେ, 

ହଜାଇଛି କି ଅମାପ ଧନ ବୋଇତ। ୧୫


ମନ ଚୈତନ୍ଯ ତ ମାନୁନି ମନ, 

ଫେରିଆ ଫେରିଆ ଖୋଜେ ସେ ଦିନ। ୧୬


ଫେରିବ ନାହିଁ ସେ ଦେଇଚି ରାଣ,

ଧନ୍ୟ ସଂସାରି କୋଲପ ତେଲ ଲୁଣ। ୧୭



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍