STORYMIRROR

ରମାକାନ୍ତ ରାଉତ

Inspirational

3  

ରମାକାନ୍ତ ରାଉତ

Inspirational

ଜୀବନ

ଜୀବନ

1 min
318


ସମୟର ସୁଅ   ବହି କେତେ ବାଟ

ଆଗକୁ ଆସିଛି ମାଡ଼ି

ଉଠାଣି ଗଡାଣି    ଖାଲଢିପ ସବୁ

ପଛରେ ଆସିଛି ଛାଡ଼ି ।

ଚପଳାମି ଭରା   ସରସ ଜୀବନେ

ଯେତେ ହୋଇଥିଲେ ମେଳ

ଗୋଟି ଗୋଟି କଥା  ମନେ ପଡିଯାଏ

ସୁନ୍ଦର ସେ ପିଲାବେଳ ।

କଲି ଦୁଷ୍ଟ ଭଳି    ଅଳି ଅରଦଳି 

ମାଆର ଆଦର ବଳେ

ନୈତିକତା ସବୁ   ଲୁଚି ଛପିଗଲା

ତାହାରି ପଣତ ତଳେ ।

ବାପା ସିନା ତାଙ୍କ କଠୋର ଶାସନେ

ଦେଖାନ୍ତି ନାଲିଆ ଆଖି

ଅଭିମାନ କଲେ   ବୁଝାଇ ଶୁଝାଇ

ପ୍ରେରଣା ଦିଅନ୍ତି ଡାକି ।

ପରୀ ରାଇଜର   କଥା ଶୁଣୁ ଶୁଣୁ

ଶୋଇ ମୋ ଜେଜେମା' କୋଳେ

କେଉଁ ରଜାଘର   କୁହୁକ ରାଇଜେ 

ସପନରେ ହଜେ ଭୋଳେ ।

କେବେ ବା କେମିତି ଅବହେଳା କଲେ

ପଢିବା ପାଇଁକି ପାଠ

ଶିକ୍ଷକ ଆମର    ବରଷି ଦିଅନ୍ତି

ପିଠିରେ ଗୌରୀ ଛାଟ ।

ଲୁଚି ଲୁଚି କାହା   ବାଡିବଗିଚାରୁ

ଏହି ମୋ ହାତରେ ତୋଳି

ସାଙ୍ଗ ସାଥୀ ମେଳେ ଖାଇଛି କେତେ

ସୁଆଦିଆ ଫଳ କୋଳି ।

ଭାରି ଭଲ ଲାଗେ ଲୁଣ ଲଙ୍କା ବୋଳି

ଖାଇବାକୁ କରମଙ୍ଗା

ବର୍ଷା ନାଳେ ଯଦି  ଭାସିଯାଏ ମୋର

କାଗଜ ତିଆରି ଡଙ୍ଗା ।

ମାତାପିତା ସଙ୍ଗେ  କି ସୁନ୍ଦର ଥିଲା

ଅଝଟିଆ ପିଲାଦିନ

ତୁଳନା କରିଲେ   ଆଜିର ଜୀବନ

ଲାଗେ ତାହାଠାରୁ ହୀନ ।


Rate this content
Log in

Similar oriya poem from Inspirational