STORYMIRROR

ରମାକାନ୍ତ ରାଉତ

Abstract

2  

ରମାକାନ୍ତ ରାଉତ

Abstract

ସ୍ମୃତି ସେ ଦିନର

ସ୍ମୃତି ସେ ଦିନର

1 min
176

ସ୍ମୃତିର ସହର ଜନଗହଳିରେ

ହଜିଯାଏ ମୋର ଗାଆଁ, 

ଶୀତ ତାପ ଘରେ ଦରମରା ହୁଏ

ଫୁଙ୍ଗୁଳା ଝରକା ବାଆ


ଟିସୁ ପେପରରେ ବନ୍ଦୀ ହୁଏ ହାୟ

ଅଇଁଠା ମୁହଁ ଓ ହାତ, 

ପୋଛିବାକୁ ନାହିଁ ବୁଢୀ ମା'ର କାନି           

ମାଆର ପ୍ରିୟ ପଣତ


ପକ୍ଷୀର କାକଳି ଚୋରା ଚଇତାଳି

ପଉଷ କାକର ବିନ୍ଦୁ, 

ଅଶିଣ ଆକାଶ ଶ୍ରାବଣର ଧାରା

କୁଆଁର ପୁନେଇଁ ଇନ୍ଦୁ


ଏ ସବୁ ତ ଆଜି ସପନ ହୋଇଛି

ସ୍ମୃତିର ସହରେ ମୋର, 

ମନ ମୋର ଗାଆଁ ଗଙ୍ଗଶିଉଳିଟେ

ଦେହ ଦୂଷିତ ସହର


ସ୍ମୃତି ତୁମେ ମୋର ବିଗତ ପ୍ରିୟାର        

ବୃନ୍ଦାବତୀ ସଞ୍ଜ ଦୀପ, 

ଚୁନା ଚୁନା ହସ ଦୁଃଖ ଅବଶୋଷ

ଅକୁହା ମନର ପାପ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract