ମୋ ସାରେ-ଭାଗ-୨
ମୋ ସାରେ-ଭାଗ-୨
ତୃତୀୟ ଶ୍ରେଣୀ ଟା ଭାରି ମଜା ଥିଲା,
ସାଙ୍ଗ ସାଥି ଆମେ ଥିଲୁ କେତେ ପିଲା,
ମନେ ହେଉ ଅଛି ଏବର!
“ସଚି” ସାରେ ଯେ କୁଆଡେ ଗଲେଣି,
ସମୟ ସୁଅରେ ଭାସି ସେ ଗଲେଣି,
ପାଠ ନ ଆସିଲେ ମୁଣ୍ଡ କୁ ଠୁକନ୍ତି,
ହସ ମଜା କଥା ବହୁତ କୁହନ୍ତି!
ମିଶାଣ, ଫେଡାଣ ଆଉ ବିଶ୍ଳେଷଣ,
ସାରେ ଥିଲେ ନାମ “ଭାଗବାନ”!
ଆମ ସାହିତ୍ୟ ର ଗୀତି ଗାଥା, ମଧୁ ବାବୁଙ୍କର ଆତ୍ମ କଥା,
ପୂରୁବ ଗୌରବ ପୂରୁବ ମହିମା, ପଡୁନାହିଁ କିରେ ତୋର ମନେ
କହିଲା ଜାତିର କାନେ କାନେ, ଉଠିବୁ ତୁ ଆଉ କେତେ ଦିନେ
ନିଜ ଜୀବନର ବିଶ୍ଳେଷଣ କରି ଭାଗ୍ୟ କୁ କରିଛେ ବିଡ଼ମ୍ବନା!
ଯେବେ ଏବେ ହେଲା କକ୍ଷ ଚାରି, ସାରେ ଥିଲେ ଆମ “ଶ୍ରି ହରି”
ଏଇଠୁ ଆରମ୍ଭ ABCD ଆମ ଇଂରାଜି ଶିକ୍ଷା ର ଉପଚାର!
ଆଜି କାଲି ପିଲା ପାରିବାର, ଇଂରାଜି ଶିଖନ୍ତି ନର୍ସରୀ ର,
ଅଙ୍କ ଓ ସାହିତ୍ୟ ପଢାଉ ଥିଲେ ସାରେ "ବିଦ୍ୟାଧର" ,
ପାଠ ଆଦାୟ କରିବାରେ ସେ ଧୁରନ୍ଧର!
ସଫା ପରିମଳ ପ୍ରାର୍ଥନା ପୂର୍ବରୁ, କାଠି କୁଟା ଘାସ ସଫା କର!
ଆଜି ସେହି କଥା ନରେନ୍ଦର ମୋଦୀ କରିଲା ଆଇନି,
ଆମ କାମ ଯାହା ଥିଲା ନୀତି ଦିନ!
ପ୍ରାର୍ଥନା ସଭାରେ ସଭିଏ ଏକାଠି ଭକ୍ତି ଓ ଭାବନା ଏକା କାର,
ଛୋଟ ବଡ ବାଛ ବିଚାର ପଛରେ ଆମେ ସାଥୀ ଆଜି ଏକା କାର!
କବିତା ର ଶୀର୍ଷକ “ମୋ ସାରେ”. ( ଭାଗ - 3) to be continue....
