STORYMIRROR

ରମାକାନ୍ତ ରାଉତ

Others

3  

ରମାକାନ୍ତ ରାଉତ

Others

"ଜୀବନ" - ଏକ ମରୀଚିକା

"ଜୀବନ" - ଏକ ମରୀଚିକା

1 min
295


ପୁରୁବ ଦିଗରେ ସୂରୁଜ ଉଦୟ, ପଶ୍ଚିମ ଦିଗରେ ଅସ୍ତ,

ସତ୍ୟ ଚିରନ୍ତନ ମିଥ୍ୟା ମରୀଚିକା ଜୀବ ଟା ହନ୍ତ ସନ୍ତ!

ଚନ୍ଦ୍ରରେ କାଳିମା କିଏ ଲଗେଇଲା,

ଆକାଶ ରେ ତାରା କେଉଁଠୁ ଆସିଲା!

ପଞ୍ଚମହାଭୂତ କେଉଁଠୁ ଆରମ୍ଭ କେଉଁଠୁ ବିଲୀନ,

 ନ କହି ପାରିଲା ଆଜିର ବିଜ୍ଞାନ!

ଦୁଇଟି ନିଆଁ ର ଜୀବନ ମଝିରେ,

ବାଟ କେତେ ଚାଲେ ଦୁଃଖରେ ସୁଖରେ!


ଜୀବନଟା ମିଥ୍ୟା ମୃତ୍ୟୁ ଚିରନ୍ତନ,

ସତ୍ୟର ଶଯ୍ଯାରେ ବନ୍ଧା ବି ଅନନ୍ତ!

ଆସି ବାକୁ ଥିଲା ଆସୁ ଏକା ଏକା,

ଠୁଳ କଲୁ ଯେତେ କୋଠା ସୁନା ଟଙ୍କା!

ଯିବା ବେଳେ ଯିବୁ ମହା ଶୂନ୍ୟ ହୋଇ,

ମାୟା ବନ୍ଧନ ଟା ଯିବ ଶୂନ୍ୟ ହୋଇ!

ଜୀବ ଓ ଆତ୍ମାର ସତ୍ୟ ଅନ୍ୱେଷଣ କରିଆସିଥିଲୁ,

ଯାହା ବୁଝୁ ବୁଝୁ ଦିନ କାଟି ନେଲୁ!

ସମୟ ଟା ସିନା ସରିଗଲା ତୋର,

ଅଭୁଲା ଅତୀତ ହୋଇଗଲା ତୋର! 


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍