STORYMIRROR

ରମାକାନ୍ତ ରାଉତ

Others

4  

ରମାକାନ୍ତ ରାଉତ

Others

ପରିବା ର ଆତ୍ମଗ୍ଲାନି

ପରିବା ର ଆତ୍ମଗ୍ଲାନି

2 mins
277

ପ୍ରିୟ ପାଠକ ଓ ପାଠିକା!

ଆଜିର ଦର ଦାମ କୁ ନେଇ ଏ ଛୋଟ କବିତା, ଆଶା କରୁଛି ଭଲ ଲାଗିବ! 🙏


ପରିବା ଦର ଯେ ଆକାଶ ଚଢ଼ିଛି ଖାଉଟୀ ମନଟା ହାହାକାର,

ଆଳୁକୁ ବେମାର ତିରିଶି କହୁଛି ନିଅ କି ନ ନିଅ ମୁଁ ମେହନ୍ତର!


ବନ୍ଧାକୋବି ହସି ଭାଷୀ କହେ ଭାଉ ଟିକେ ମୋର କମ୍ ନୁହଁ,

ଷାଠିଏ ସତୁରି ପଲାରେ ଯାଉଚି ଲାଲ କର ନାହିଁ ତୁମ ମୁହଁ!


ଭେଣ୍ଡି ମୋର ନାମ ଭେଣ୍ଡିଆ ସାଜିଛି ନୂଆ ନୂଆ ମୋର ବାହାଘର,

କାଲିକି ରଖିଲେ ବାସୀ ହୋଇଯିବି ଶହେଟଙ୍କାରେ ମୋ କାରବାର!


ପତର କୋବି ଟା ନାକରେ କାନ୍ଦୁଛି ଇଜତ ମହତ ସାରିଦେଲ,

ସକାଳେ ପଚାଶ ରାତିରେ ଶହ ମହାଜନ ପାଶେ ଭେଟି ଦେଲ!


କୁନ୍ଦୁରି ଟା ଏଠି ମୃଦୁ ମୃଦୁ ହସି ଶହ ଶହେ କରେ ଦଣ୍ଡବତ,

କର୍ମ ମୋର ଧନ୍ଯ କେଡେ ସୌଭାଗ୍ୟ କିଚେନ୍ ଘରେ ମୁଁ ବାଜିମାତ!


କାଳିଆ ସବୁଜ ମୋର ରଙ୍ଗ ଛଡେଇ ଦେବି ମୁଁ ତୁମ ରଙ୍ଗ ଢ଼ଙ୍ଗ,

ନାମ ବାଇଗଣ ମନ କନ କନ ଅଶି ପାହନ୍ତ କେ ଆସ ସାଙ୍ଗ!


ଅଶ୍ରୁ ଝରୁଛି ମୋ ନିଇତି ଆଖିରୁ ଛଡାଇ ନେଲୁ ଖୁସି ମୋ ଓଠରୁ,

ଶହେ ଶହ ବିକ୍ରି ହୁଏ ମୋର ଭାଉ ପିଆଜ ବୋଲି ମୁଁ ଆସେ ନାସିକରୁ!


କାର୍ତ୍ତିକ ମାସରେ ଆଗେ ଲୋଡ଼ା ଥିଲି ଅଦା ମୋର କଥା ମୁହିଁ ନ କହିବି,

କେଜି କେ ଦୁଇଶ ଆଣିଲେ ମାଉଁସ ଚଳେଇ ଦିଅ ହୋ ହୃଦକୁ ହାଣିବ!


ଗାଜର ବିଇଟି କରିବି ସୁଇଟି ରଙ୍ଗ ଝଲ ମଲ ଆଖି ତୁମ,

ଦୁଇ ଶହ ଟଙ୍କା ମିଳିଯିବ ସିନା ଆଉ ପଶିବିନି ପାସ ତୁମ!


ମୁହଁ ମୋଡି ପୁଣି କଲରା କହୁଛି ଆସ ନାହିଁ ଭାଇ ମୋର ପାସ 

ଖାଇଲେ କଲରା ହୋଇବୁ ନିଆରା ରୋଗ ଦୂରେଇବ ତୁମ ପାସ!


ଆଖିରେ ଦେଖିନି ସୁଆଦ ବାରିନି କାକୁଡି ଟମାଟୋ ସାଲାଟ,

ଗରିବ ର ଆଖି ଚାହେଁ ହୋଇ ଦୁଃଖୀ ବୁଝି ସୁଝି ଭାଇ ରେଟ!


ଚାଷୀ ଭାଇ ଦୁଃଖ କହିଲେ ନ ସରେ ସାର ଓ ବିହନ କିଣି କିଣି ମରେ,

ମହାଜନ ଏଠି ମାଲା ମାଲ୍ ହୁଏ ରାତାରାତି ଭାଉ ଘୋଡା କିଣି ପାରେ!


ଖଜୁରୀ ଗଚ୍ଛର ମୂଳ ରୁ ପାହାଚ ଅଖା ଧୋଇ ଗୁଣ ଗାଉଥିବ,

ସବୁ ସେଇ କଥା ଦେଖୁଛି କାଳିଆ ପତିତପାବନ ଚାହିଁଥିବ!


Rate this content
Log in