STORYMIRROR

ରମାକାନ୍ତ ରାଉତ

Others

3  

ରମାକାନ୍ତ ରାଉତ

Others

ମୋ ସାରେ

ମୋ ସାରେ

1 min
252


ପ୍ରଥମ ଶ୍ରେଣିରେ ନାମ ଲେଖା ହେଲା ଡରି ମରି ଗଲେ ବିଦ୍ୟାଳୟ,

ପ୍ରଥମ ଶ୍ରେଣୀରେ ମାଷ୍ଟର ଯେ ଥିଲେ "ସର୍ବେଶ୍ଵର" ଆମ ସାରେ!

“O” ଘୋଶୁ ଘୋଶୁ ଭୁଲ ହୋଇ ଗଲେ, ତାଳ ପଡୁଥିଲା ପିଠିରେ, 

ଅକ୍ଷର ଶେଷରେ “ଚକ ଅଖ ଟରଟ ଟଗର” ମନ ଥିଲା ଯାଇ ବାହାରେ! 

ବୁଢୀ ଅସୁରୁଣୀ, ଆଇ ମା କାହାଣୀ, ରାଜା ପୁଅ ଗପ ପସରା, 

କହିଲେ ସରୁନି, ଖୋଜି ମୁଁ ପାଉନି ଆମ ପିଲା ଦିନ ନିଆରା!

ଦିତୀୟ ଶ୍ରେଣିରେ "ଅନନ୍ତ" ସାରେ କହୁଥିଲେ କେତେ କାହାଣୀ,

 “ଏଇଟି ଆମର ରୋଷେଇ ଘର ଝାଟି ମାଟି ଆଃ କେତେ ସୂନ୍ଦର,

ଏଇଠାରେ ମା ପାରିବା କାଟେ ବେଶର ବାଟେ“ ମନ ପୁରୀ ଗଲା ବହିରେ!

ମା ର ମମତା କିଏ ଅବା ଦବ ନିଃସ୍ୱାର୍ଥ ପର ତା ମମତା,

ତା' ହାତ ଗଢା ଆରିଶା କାକରା ଆଉ ନାହିଁ ସ୍ନେହ ସରଧା!

ମଡର୍ଣ୍ଣ ମା' ଟା ଫାଷ୍ଟ ଫୁଡ ଟା ପରସି ଦଉଚି ଡବାରେ, 

ବାୟା ଗୀତ ନାହିଁ ମୋବାଇଲ ଟା ଦେଇ କହୁ ଅଛି ତୁ ସୁଅରେ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍