ବାପା
ବାପା
ବାଳୁତ କାଳୁ ହାତଟି ଧରି
ସବୁ ଅଭିଯୋଗ ପୂରଣ କରି
ପିଲାଙ୍କ ସୁଖ କାମନା କରି
ସବୁ ଦୁଃଖ କଷ୍ଟ ଯାଆନ୍ତି ଭୁଲି |
ଯେବେ ଯାହା ଲୋଡ଼ା ଯେମିତି ହେଉ
ଆଣିଦେଇଥାନ୍ତି ପିଲାଙ୍କ ପାଶେ
ପିଲାଟିର ସୁଖ ମନାସ କରି
ସହନ୍ତି କଷଣ ଯେବେ ବି ଆସେ |
ବାହାଦୂର ସେ ବିଶାଳ ହୃଦୟ
ବଳିଷ୍ଠ ବିନମ୍ର ବିଜୟାମୃତ
ପାରାବାର ସମ ପ୍ରବୀଣ ପ୍ରକୃତ
ପରିଶ୍ରମୀ ସେହି ପୃଥିବୀ ସୁତ |
ପାଠଶlଠ ଦେଇ ମଣିଷ କରାଇ
ଆମ ପାଇଁ ସିଏ ସହନ୍ତି ଦୁଃଖ
ଧରାଧାମେ ସେ ଆମ ଭଗବାନ
ଯା ପାଦେ ରହିଛି ଅନେକ ସୁଖ |
ସହନଶୀଳ ସେ ବହୁ ଧୈର୍ଯ୍ୟବlନ
ଆଜି ବି ତା ମନ ପଡିନି ଭାଙ୍ଗି
ଅଭିଯୋଗ ନାହିଁ ସବୁଥିରେ ଖୁସି
ମୋ ବାପା ସେହି ମହାନ ଯୋଗୀ |
ନିବେଦନ ମୋର ଘେନ ହେ ସଦନ
ଭୁଲ ନାହିଁ କେବେ ବାପାମାଆଙ୍କୁ
ତୁମେ ହିଁ ଚାହିଁଲେ ତୁମ ଘର ହେବ
ସୁନ୍ଦର ଆହୁରି ସ୍ୱର୍ଗପୁରଠୁ |
ସ୍ୱର୍ଗଠାରୁ ବଡ଼ ଅଟନ୍ତି ଯେ ପିତା
ମାତା ବଡ ପୃଥିବୀ ଅପେକ୍ଷା
ପିତାମାତାଙ୍କର ସେବା ହେଉ ଆଜି
ଆମ ଜୀବନର ପ୍ରଥମ ଦୀକ୍ଷା ||
