STORYMIRROR

Manas Ranjan Nayak

Children Stories Classics Inspirational

4  

Manas Ranjan Nayak

Children Stories Classics Inspirational

ସେଦିନର ଧୂଳିଖେଳ

ସେଦିନର ଧୂଳିଖେଳ

1 min
505

ସ୍ନେହ ଆତ୍ମୀୟତାର ସେ ଦିନ ଥିଲା ଭରପୁର ଖୋରାକ

ଝୁଣ୍ଟିବା ଆଗରୁ ପ୍ରତିଧ୍ଵନିତ ଥିଲା ଆହା ଡାକ ଅନେକ

ଦୃଷ୍ଟିହୀନ ଥିଲେ ଭବିଷ୍ଯତର ପ୍ରଶ୍ନବାଚୀ ଆଙ୍କୁଡା ଗୁଡାକ

ସ୍ବପ୍ନ ସାଜୁଥିଲେ ନିଚ୍ଛକ ସ୍ବାଧୀନତାର ବିମାନ ପୁଷ୍ପକ ।


ମିଛି ମିଛିକା ରାଗ ଅଭିମାନର ବି ଥିଲା ଅମୁଲମୁଲ

ଜେଜେ ଦାଦା କାନ୍ଧେ ଗାଁ ବୁଲା ଲାଗେ ସରଗତୁଲ

ନିମିଷେ ହସ ନିମିଷେ କାନ୍ଦ କାଗଜର ଦିନରାତି ଖେଳ

ସଢେଇ ବାଲି ଗୋଡି ସାଜୁଥିଲେ ଭବିଷ୍ଯତର ହାଣ୍ଡିଶାଳ ।


ମିଥ୍ଯା କାମନା ବାସନା ଉପେକ୍ଷିତଥିଲେ ଅଙ୍କୁରଦଗମକୁ ସରଳତା ଅମାୟିକତା ରୁଦ୍ଧିମନ୍ତ କରୁଥିଲେ ପରିଚୟକୁ

ସାମର୍ଥ୍ଯ ବହିର୍ଭୂତ ହେଲେହେଁ ଧୀ ଶକ୍ତି ଛୁଉଁଥିଲା ଆକାଶକୁ

ସ୍ବତଃସ୍ପୂର୍ତ ନିରନ୍ତର ଥିଲା ଧାରା,ପଡି ପୁଣି ଥରେ ଉଠିବାକୁ ।


କଅଁଳ ଥିଲା ମସ୍ତିଷ୍କ ବୁଝିବାକୁ ଜୀବନର କଷ୍ଟ ମୂଲ୍ଯବୋଧ 

ନିଷ୍କପଟ ହସରେଖାରେ ହିଁ ତନ୍ମୟ ହେଉଥିଲା ବୟବୃଦ୍ଧ

ମଣୁଥିଲା ସର୍ବ ପୁଞ୍ଜି ତୁଚ୍ଛ ବିନିମୟେ ଟିକକ ସ୍ନେହଶ୍ରଦ୍ଧା

ନଥିଲା ଟିକେ ଗ୍ଲାନି ବାକିରଖି ଜୀବନର ଚକ୍ରବର୍ତ୍ତୀ ସୁଧ ।


ସମ୍ପର୍କ ର ବୀଜଗଣିତ ଟି ଥିଲା ସୁଜା ଏକ ସମୀକରଣ

ଭାବ ଆବେଗଭରା ଆଖି ଆଖି ର ଚୁମ୍ବକୀୟ ଆକର୍ଷଣ

ଜୀବନଯୁଦ୍ଧର ଚକ୍ରବ୍ୟୁହେ ପଥିଲା ଅନାୟାସ ନିୟନ୍ତ୍ରଣ             

ଲଙ୍କା ଅବା କରୁକ୍ଷେତ୍ରେ ଥିଲେ ସର୍ବେ କର୍ଣ୍ଣ ବିଭୀଷଣ ।(୫) 


ଜୀବନଥିଲା ଏକ ସଂକୁଚିତ ପୃଷ୍ଠା ସ୍ବପ୍ନ ବାସ୍ତବିକତା ମଧ୍ଯରେ

ନଥିଲା ପରିଚୟ କେବେ ପ୍ରାପ୍ତିର ଉଚ୍ଚାଟ ଆକାଂକ୍ଷା ସଙ୍ଗରେ ନା ଥିଲା ଅନୁଭବ ଏକ ତିକ୍ତ ଅସହ୍ଯ ହରାଇବା ଯନ୍ତ୍ରଣାରେ

ଥିଲା ଏକ ପ୍ରସନ୍ନତାର ସ୍ବର୍ଣ୍ଣିଳ ବାଦଲ ଦୂର ଦିଗବଳୟରେ ।


Rate this content
Log in