STORYMIRROR

Arjuni charan Behera

Children

4  

Arjuni charan Behera

Children

ମାଆ ଶିଖରଚଣ୍ଡୀ

ମାଆ ଶିଖରଚଣ୍ଡୀ

1 min
552

   

ମେଘ ଉଠାଇଛି କଳାହାଣ୍ଡିଆ l

ଶିଖରଚଣ୍ଡୀକୁ ଯାଆ ଚଣ୍ଡିଆ ll


ପର୍ବତ ଶିଖରେ ସିନ୍ଦୂର ମୁଣ୍ଡି l

ସବୁରି ବିପଦ ପାରନ୍ତି ଖଣ୍ଡି ll


କୋଣାର୍କେ ଅଟନ୍ତି ମାଆ ରାମଚଣ୍ଡୀ l

କଳାପାହାଡ଼କୁ ଥିଲେ ଯେ ଭଣ୍ଡି ll


କଟକେ ହାଟକେ କଟକ ଚଣ୍ଡୀ l

ବାରବାଟୀ ଦୁର୍ଗେ ସେ ଗଡ଼ଚଣ୍ଡୀ ll


ଖୁରୁଧା ଗଡ଼ରେ ସେ ବରୁଣାଇ l

ଚଣ୍ଡିକା ଚାମୁଣ୍ଡା କରୁଣାମୟୀ ll


ଚଣ୍ଡିଖୋଲ ଠାରେ ପାହାଡ଼ଚଣ୍ଡୀ l

ବ୍ରହ୍ମଗିରିରେ ବାଲି ହରଚଣ୍ଡୀ ll


ରାଜଧାନୀ ଉପକଣ୍ଠେ ଶିଖରୀ l

ଷଡ଼ଭୁଜା ମାଆ ଛନ୍ତି ପ୍ରହରୀ ll


ବନବାସ କାଳେ ପ୍ରଭୁ ଶ୍ରୀରାମେ l

ନିବାସ ରଚିଲେ ମାଆଙ୍କ ଧାମେ l

l

ତାଙ୍କ ସାନଭାଇ ବାବୁ ଲକ୍ଷ୍ମଣେ l

ପୂଜାକଲେ ଆଙ୍କି ତୀରର ମୁନେ ll


କାଳଗର୍ଭେ ଗଲା ସେ ମୂର୍ତ୍ତି ହଜି l

ମୁକୁନ୍ଦ ପୂଜିଲେ ତାହାଙ୍କୁ ଖୋଜି ll


ମନ୍ଦିର ଦକ୍ଷିଣେ ଗୁମ୍ଫା ପାଣ୍ଡରା l

ପାଣ୍ଡବେ କରିଲେ ନିବାସ ପରା ll


ଏକ କାଳେ ପଟିଆର ରାଜନ l

ମାଆ ତୋର ଥିଲେ ଭକ୍ତପ୍ରଧାନ ll


ତୋ ନିବାସ ଥିଲା ଅରଣ୍ୟ ପୂର୍ଣ୍ଣ l

ଶୁଭୁ ଥିଲା ବାଘ ଭାଲୁ ଗର୍ଜନ ll


ଏବେ ହୋଇଛି ଅତି ରମଣୀୟ l

ବଣଭୋଜି ସାଥେ ସେ ଦର୍ଶନୀୟ ll


ଧନ୍ୟ ରାଜଧାନୀ ଭୁବନେଶ୍ୱର l

କୋଳେ ଧରିଅଛୁ ମାଆକୁ ମୋର ll


ଦୟିନୀ ତୋ ପଦେ ଶିଖରଚଣ୍ଡୀ l

ଦୟା ରଖିଥିବୁ ଦୋଷୀଙ୍କୁ ଦଣ୍ଡି ll



Rate this content
Log in

Similar oriya poem from Children