STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ହେବାନାହିଁ ଜମା କାତର

ହେବାନାହିଁ ଜମା କାତର

1 min
581


     ହୋଇଗଲେ ବେଳ ଆକାଶକୁ ତା'ର

        ଆସିଯିବ ଫେରି ସୂରୁଯ

     ସିନ୍ଦୂରା ଫାଟିବ ବୁଣି ହୋଇଯିବ

        ପଦୁଅଁ ରଙ୍ଗର ମୁରୁଜ ।। 


     ମଉସୁମୀ କା'ର ବାରଣ ନ ମାନି

        ଆସିବ ଗ୍ରୀଷମ ଶେଷରେ

     ଆଗମନେ ତା'ର ସାଜିବ ଆକାଶ

        କଳାବଉଦିଆ ବେଶରେ ।। 


     ଜହ୍ନି ଫୁଲଯାକ ହସିବେ ସଞ୍ଜରେ

        ଆସିଯିବ ଯେବେ ଶରତ

     ସୁନା ପୁଟ ଦିଆ ସେଇ ଫୁଲ ରଙ୍ଗେ

        ଶୋଭାମୟ ହେବ ମରତ ।। 


     ପହଞ୍ଚିଲେ ଆସି କୁଆଁର ପୂନେଇଁ

        ସଫା ଦେଖାଯିବ ଜହ୍ନଟା

     ଦେଖିଲେ ନାଚିବ ଆନନ୍ଦେ ବିଭୋର 

        କୁଆଁରୀ ଝିଅଙ୍କ ମନଟା ।। 


     ପଡିବ କାକର କ୍ଷେତରେ ଫସଲ

        ପାଚି ଲୋଟିଯିବ ଶୀତରେ

     କଟାକଟି ହେବ କ୍ଷେତ ଉଚ୍ଛୁଳିବ

        ଚଷାପୁଅ ମିଠା ଗୀତରେ ।। 


     ଆସିଗଲେ ପୁଷ ପେଡିପେଟରାରୁ

        ବାହାରିବ ଶୀତବାସଟି

     ଶିଶିର ପଖଳା ସକାଳେ ସୁନ୍ଦର

        ଦିଶିବ ସବୁଜ ଘାସଟି ।। 


     ଫେରିଗଲେ ଶୀତ ଦକ୍ଷିଣ ଦିଗରୁ

         ବହିବ ମଳୟ ସଧୀରେ

     ସୁବାସ ଛୁଟିବ ଆମ୍ବ ବଉଳର

         କୋଇଲି ଗାଇବ ଅଧୀରେ ।। 


     ଏ ଯେ ସମୟର ଖେଳ ଆମେ ସବୁ

        କୁନି ଖେଳନା ତା' ହାତର

     ହସି ହସାଇବା ଦୁଃସମୟେ ତେଣୁ

        ହେବାନାହିଁ ଜମା କାତର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational