STORYMIRROR

Panchanan Jena

Children

4  

Panchanan Jena

Children

ଚିମୁଟାଏ ଜ୍ୟୋତି

ଚିମୁଟାଏ ଜ୍ୟୋତି

1 min
447

ଦେଖିବ ଯଦି ଦେଖ !

  ଦୀପଟିଏ ସିନା 

   ମାଟିରେ ଗଢ଼ା

   ବାତି-ତେଲ ସହ

    ମିଶେଇ ଛାତି

   ଚିରିପାରେ ଉଆଁସର 

    କଳାଛାତି 

 ପ୍ରଜ୍ଜଳିତ ଶିଖା ଧାରେ

   ଝଲସାଏ ଚିମୁଟାଏ

   ଆଲୁଅ ଜ୍ୟୋତି

  ଅମାବାସ୍ୟା ରାତି ।୧


ପୂଜିବ ଯଦି ପୂଜ !

ଆଜି ଦୀପାବଳୀ 

  ମାଆ ମହାକାଳୀ

  ଲକ୍ଷ ଲକ୍ଷ 

  ଝଲସିବ ଦୀପାଳି

  ଘର ନଗର ମନ୍ଦିର 

  ସହ ସାରା ସହର

  ଆଲୋକର ମହାପର୍ବ

  ଖୁସିର ପାଳି ।୨


ଜାଳିବ ଯଦି ଜାଳ !

ନିରାଶାର କିଟିକିଟି 

  ଅନ୍ଧାରୀ ଗୁହାରେ

   ଆଶାର କ୍ଷୀଣ 

   ପୂଜାଦୀପ

  ଅଶାନ୍ତ ଅଭିଯୋଗପ୍ରବଣ 

  ମନ ମହ୍ଲାରେ

  ଧନ୍ୟବାଦୀ ମହାଦୀପ ।୩


ଜାଳିବ ଯଦି ଜାଳ !

ଈର୍ଷା- ଅହଂକାରୀ 

  ଅସତ୍ୟ ପୂଜାରୀ

  ମନେ ଶ୍ରଦ୍ଧା-ପ୍ରେମର

  ସାଇତା ଦୀପ

  ଅନ୍ଧ ଆକର୍ଷଣେ 

  ବାଉଳା ପ୍ରାଣେ

  ଆନନ୍ଦ- ଉଲ୍ଲାସର 

  ବକଟେ ଛାପ ।୪


ପୂଜିବ ଯଦି ପୂଜ !

ଶୁଭ ଦୀପାବଳୀ

  ଶୁଭ ଭଦ୍ରକାଳୀ

   ଶୁଭ ମନାସୁଛି

   ଦୀପ ଲଗେଇ

  ଜଗତଜନଙ୍କୁ ସୁସ୍ଥରେ 

  ରଖି ହେ ଘଣ୍ଟ ଘୋଡେଇ

  ବିଶ୍ଵବାସୀଙ୍କୁ ସୁଖରେ 

  ରଖ ହେ ଜଗତମାଇ ।୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children