STORYMIRROR

Ajit Kumar Raut

Abstract Inspirational Children

4  

Ajit Kumar Raut

Abstract Inspirational Children

ଝାଡ଼ଖଣ୍ଡ ରାଜ୍ୟର ଗୌରବ

ଝାଡ଼ଖଣ୍ଡ ରାଜ୍ୟର ଗୌରବ

1 min
626


ଦେଶେ ଗୁଞ୍ଜୁ ଅଛି     ବିଦେଶେ ଗୁଞ୍ଜଛି

      ବିରସା ମୁଣ୍ଡାଙ୍କ ନାମ,

ଲୋକନାୟକ ସେ     ଆଦିବାସୀଙ୍କର

      ରଖି ଯାଇ ଛନ୍ତି ନାମ।୧।


୧୫ ନଭେମ୍ବର       ବର୍ଷ ୧୮୭୫ 

       ପୂର୍ଣ୍ଣଆତ୍ମାଟିର ଜନ୍ମ,

ଝାଡ଼ଖଣ୍ଡ ରାଜ୍ୟେ     ଉଲିହାତୁ ଗ୍ରାମେ

       ବିରସା ମୁଣ୍ଡାଙ୍କ ଜନ୍ମ।୨।


ସୁଗନା ମୁଣ୍ଡାଟି      ପିତାଙ୍କର ନାମ

      ଗରୀବ ଘରରେ ଜନ୍ମ,

ମାତାଙ୍କ ନାମ       କରମୀ ହଟୂ ସେ

      ଶକ୍ତିଶାଳୀ ପୁତ୍ର ଜନ୍ମ।୩।

  

ଭଗବାନ ରୂପେ      ପୂଜନ ତାଙ୍କର

      ପବିତ୍ର ଏ ଝାଡ଼ଖଣ୍ଡେ,

ଅଂଗ୍ରେଜୀ ବିରୁଦ୍ଧେ     ଲଢି ଥିଲେ ସେହୁ

      ସୁଧାରକ ଝାଡ଼ଖଣ୍ଡେ।୪।


ଏକତ୍ରିତ କଲେ      ଆଦିବାସୀଙ୍କୁ ସେ

      ଅଂଗ୍ରେଜୀ ବିରୁଦ୍ଧେ ସେହୁ,

ବ୍ରିଟିଶ ଶାସନେ      ଟିକସ ଦେବେନି

      କଲେ ଆନ୍ଦୋଳନ ସେହୁ।୫।


ସାହାସ କରିଲେ      ଲେଖିଲେ ଗୌରବ

      ଗୁଞ୍ଜୁ ଅଛି ଧରା ଧାମେ,

ଈସାଈ ଧର୍ମକୁ       ତିଳାଞ୍ଜଳି ଦେଇ

      ଆଦରଟି ହିନ୍ଦୁ ଧର୍ମେ।୬।


ଅଧ୍ୟନ କରିଲେ       ହିନ୍ଦୁ ଶାସ୍ତ୍ର ସବୁ

      ପଢିଲେଟି ରାମାୟଣ,

ମହାଭାରତ ଭି       ପଢିଲେ ସେ ଜ୍ଞାନୀ

      ପ୍ରକୃତି ପୂଜନେ ପ୍ରାଣ।୭।


ଅନ୍ଧବିଶ୍ବାସକୁ        ଦୂରଟି କରିଲେ

      ଈସାଈ ଧର୍ମରୁ ଦୂର,

ଭ୍ରମିତ କରନ୍ତି        ମିଶନର ଲୋକେ

      ରହିବା ସମସ୍ତେ ଦୂର।୮।


ନିଜ ଧର୍ମ ଆମେ       ପାଳିତ କରିବା

      ହିନ୍ଦୁ ଧର୍ମ ଅଟେ ସାର,

ପ୍ରକୃତି ପୂଜନ        ଆବଶ୍ୟକ ପୁଣି

      କରିବା ତାର ଆଦର।୯।


ଏକ ଅକ୍ଟୋବର       ବର୍ଷ  ୧୮୯୪

     ଏକ କଲେ ସେ ମୁଣ୍ଡାଙ୍କୁ,

ଆନ୍ଦୋଳନ ହେଲା     ଅଂଗ୍ରେଜୀ ବିରୁଦ୍ଧେ

     ଅଂଗ୍ରେଜୀ ଧରିଲେ ତାଙ୍କୁ।୧୦।


ହାଜାରୀବାଗରେ       ଦୁଇ ବର୍ଷ ପାଇଁ

      କାରାବାସ ହେଲା ତାଙ୍କ,

କାରାରୁ ବାହାରି       ଅକାଳ ପୀଡିତେ

      କରିଲେ ସାହାଯ୍ୟ ତାଙ୍କ।୧୧।


ବର୍ଷ ୧୮୯୭         ଭୟଙ୍କର ଯୁଦ୍ଧ

      ଅଂଗ୍ରେଜୀ ସେନାଙ୍କ ସଙ୍ଗ,

ଚାଲିଲାଟି ଯୁଦ୍ଧ        ୧୯୦୦ ଯାଏଁ

      ଅତ୍ୟାଚରୀଙ୍କର ସଙ୍ଗ।୧୨।


ମଲେ ମାଳମାଳ       ଛୁଆ ଓ ମହିଳା

      ସେହୁ ଭୟଙ୍କର ଯୁଦ୍ଧେ,

ଗିରଫଦାର ଟି        କଲାଟି ବ୍ରିଟିଶ

      ବିରସା ଶିଷ୍ୟଙ୍କୁ ଯୁଦ୍ଧେ।୧୩।


ବିରସା ମୁଣ୍ଡାଙ୍କ        କାରାବାସ ହେଲା

      ୯ ଜୁନ ୧୯୦୦ ରେ

ଚକ୍ରଧରପୁରୁ         ଗିରଫଦାର ସେ

      ରାଞ୍ଚି ନେଇ ଗଲେ ଜରେ୍।୧୪।


ମୃତ୍ୟୁ ହେଲା ତାଙ୍କ       ସେହି ଦିନ ପୁଣି    

      ଆଂଗ୍ରେଜୀଙ୍କ ଅତ୍ୟାଚାରେ,

ରଖି ଗଲେ ନାମ        ଇତିହାସରେ ସେ

      ଗୁଞ୍ଜୁ ଅଛି ନିରନ୍ତରେ।୧୫।


କୋଟି ପ୍ରଣିପାତ         ଚରଣେ ତାଙ୍କର

       ଦେଶର ଗୌରବ ସେହୁ,

ମୋଉଡମଣୀ ସେ        ଝାଡ଼ଖଣ୍ଡ ରାଜ୍ୟେ

      ଏଠି ଭଗବାନ ସେହୁ।୧୬।


୧୫ ନଭେମ୍ବର          ଜନ୍ମ ଜୟନ୍ତୀ ଟି

       ପାଳିବାଟି ଭକ୍ତି ଚିତେ,

ନାନାଦି ନୈବେଦ୍ୟେ       ଶ୍ରଦ୍ଧାଞ୍ଜଳି ଦେବା

       ପୁଷ୍ପାଞ୍ଜଳି ଭକ୍ତି ଚିତେ।୧୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract