STORYMIRROR

subrat kumar jena

Romance

3  

subrat kumar jena

Romance

ଜହ୍ନର ଠିକଣା

ଜହ୍ନର ଠିକଣା

1 min
392


ମେଘ ଆସି ପଚାରୁଥିଲା ପବନକୁ,

ପାରିବୁକି କହି ,

ଜହ୍ନର ଠିକଣା ମୋତେ,

ଲାଜରେ ଅବା ପ୍ରେମରେ ମୋଠୁ ଦୁରେଇ ଗଲା ସତେ,

ତାକୁ କୋଉଠି କେମିତି ଖୋଜିବି କେତେ ।

ମୁଁ କିନ୍ତୁ ସବୁ ଜାଣିଛି ସବୁ ଦେଖିଛି,

ସେତ ଅଭିମାନିନୀ ଭାରି ଆବୁଝା,

ଟିକିଏ କଥାରେ ହୁଏ ଅବୁଝା,

କେବେ ଜାଇ ରୁଷି ବସେ ପାହାଡ଼ର ଶୀର୍ଷରେ,

କେବେ ପୁଣି ଝୁଲି ଖେଳେ ,

ପାଣିର ଲହରୀରେ ଭାସି ଭାସି ,

କେବେ ପୁଣି ଦେଖାଯାଏ ତା ମୁହଁ ,

ଝରଣାର କଳ କଳ ସୁଲଲୀଳ ସ୍ରୋତରେ,

କେଉଁଠି ଖୋଜିବି ତାକୁ,

ପାରିବକି କେହି ଦେଇ ମୋତେ ଜହ୍ନର ଠିକଣା ।

ଅମାବାସ୍ୟା କହିଥିଲା ,

ସେ ଗଲା ପରେ ଜହ୍ନଟା ପୁରା ମୋର,

ମୁଁ ବି ନିତି ଦେଖି ଖୁସି ହୁଏ ତାକୁ ମୋ କଣା ଚାଳରେ,

କେତେ ମନେ ମନେ ଗୀତ ଗାଏ ତାକୁ ଶୁଣେଇ ଶୁଣେଇ,

କାଳେ ସେ ପ୍ରିୟତମା ହୋଇଯିବ ବୋଲି,

ହେଲେ ସେ ଦୁଷ୍ଟ ମେଘ କୋଉ କମ ବଦମାସ ଯେ,

ରହି ରହି ଢାଙ୍କି ଦିଏ ତା କଳାର ଚାଦର ଭିତରେ,

କେତେ ଖୋଜେ ମୋ ମନ ସେ ରୂପେଲି ଜହ୍ନକୁ,

ଏବେ ଜମା ସେ ପାଇବନି ସେ ରୂପେଲି ଜହ୍ନକୁ,

ସେ ଯେମିତି ଲୁଚାଉଥିଲା ମୁଁ ବି ଲୁଚାଇଦେଇଛି ତାକୁ,

ଏଥର ସେ ବି କଷ୍ଟ ଭୋଗୁ,

ମୋ ଭାଗର ସୁଖତକ ଚୋରାଇବାକୁ ଆସିଥିଲା ଲୁଚି ଲୁଚି,

ଏତେ ସହଜ ନୁହଁ ଏଥର ପାଇବାକୁ ଜହ୍ନର ଠିକଣା,

କାରଣ ସେ କଥା କେବଳ ମୋତେ ହିଁ ଜଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance