STORYMIRROR

Hitendra Mohanta

Romance

3  

Hitendra Mohanta

Romance

ଜହ୍ନମୁହଁ ପ୍ରିୟା

ଜହ୍ନମୁହଁ ପ୍ରିୟା

1 min
13.5K


ହିତେନ୍ଦ୍ର ନାଥ ମହାନ୍ତ


ଘଞ୍ଚ ଅରଣ୍ୟରେ ଫୁଲେଇ ନଈର

ଗୀତିଭରା କୁଳୁ ନାଦ

ଦୁଷ୍ଟାମି ମୁଦ୍ରାରେ ଚଗଲି ପ୍ରିୟା ସେ

ଚହଟାଏ ପ୍ରୀତି ଗନ୍ଧ ।।।

ଆନମନା ମନ ମତୁଆଲା ପ୍ରାଣ

ଖୋଜେ ପ୍ରଣୟର ସ୍ବାଦ

ମୁଖଶାଳା ସେ ତ ଭଗ୍ନ କୋଣାର୍କର

ଚନ୍ଦ୍ରଭାଗା କୋଳ ନିଦ ।।।

କଳାମେଘ ଫାଙ୍କେ ଝଲସେ ଚନ୍ଦ୍ରମା

ଶୁଭେ ସପ୍ତରାଗ ଶବ୍ଦ

ପ୍ରତିବିମ୍ବ ନୁହଁ ପ୍ରିୟତମା ମୁହଁ

ତୋଳେ ପଦ୍ମତୋଳା ଛନ୍ଦ ।।।

ଓଠରୁ ଝରାଏ ପୁଲକର ମଧୁ

ଚୁମ୍ବନରେ ମନବୋଧ

ସ୍ବପ୍ନିଳ ଆଖିରେ ଅସରନ୍ତି ପ୍ରେମ

ଆଲିଙ୍ଗନେ ତୃପ୍ତ ହୃଦ ।।।

ମଳୟ ଛୁଆଁରେ ଲାଜକୁଳୀ କେଶ

ରଚେ ଅଭିସାର ବେଦ

ଅଳକାନନ୍ଦାର ଚପଳଛନ୍ଦାରେ

ନୋହୁ କେବେ ପୁର୍ଣ୍ଣଛେଦ ।।।

ମୁକୁତାର ଝର ଚନ୍ଦ୍ରମଲ୍ଲୀ ହସେ

ରସାଳ ଚମ୍ପୁର ଛାନ୍ଦ

ଜହ୍ନମୁହିଁ ପ୍ରିୟା ନ ପଡୁ କା ଛାୟା

ନ ଛୁଉଁ ବିରହ କାନ୍ଦ ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance