STORYMIRROR

Sunanda Mohanty

Abstract Romance Others

4  

Sunanda Mohanty

Abstract Romance Others

ଜହ୍ନ

ଜହ୍ନ

1 min
5


ଲାଲ ଦିଶୁଥିଲ ଏତେ

ଲାଗିଲା ଶୀତରେ ଓଢଣୀ ଲାଗିହୋଇ 

ଖୋଜୁଛ ପ୍ରେମିକାକୁ ଅବା

ଯାଇଛ ହଜି ଲାଲିମାରେ

ତାରା ମେଳେ ହସୁଥିଲ ମନ ଭରି

ତୁମ ଲାଳିମାରେ ଭରା ଉଷ୍ମତା

ଭରା ଭରା ସତେ ଶାଳୀନତା

ଚନ୍ଦ୍ର ଉଦିଆ ମୁହଁରେ ତୁମର

କିଏ ଭରିଦେଲା କିଆଁ ଆକୁଳତା

ଲାଲିମାରେ ତୁମ ମୁହଁ ଦିଶେ 

ଗୋଟେ ଉପତ୍ୟକା ଭରା ବିବଶତା 

ସେଠି ଶୁନ୍ୟତା ଭିତରେ ମାଦକତା

କିଏ ଯଦି କହେ ଜହ୍ନ ରାଇଜରେ

କୋଉଠୁ ଆସିଲା ଏତେ ପବିତ୍ରତା

ହସିଦିଏ ଜହ୍ନ ଲାଜୁକି ମୁହଁରେ

ଶୀତରେ ଥରାଇ ହୃଦୟଟା

ମନ ଭାଙ୍ଗ ନାହିଁ ଜହ୍ନ ଆସି ଦେଖିଯାଅ 

ନୀଳଚକ୍ରବାନା ଉଡେ ରଖି ନୀରବତା 

ନୀରବତା ଭିତରେ କହନ୍ତି କେତେକଥା 

ଜଗନ୍ନାଥଙ୍କର ଡାହାଣ କେଵେ ବାଁ ହାତ 

ନୀଳଚକ୍ର ଆଢୁଆଳେ ଭକ୍ତି ଗାଥା 

ଖାଇବ ଆମ୍ବରସ ପଢିବ ଭାଗବତ ଗୀତା 

ନୀଳଚକ୍ରବାନା ଚାହିଁ ଭାବେ କିଏ କେତେ କଥା 

ଅନେକ ବିସ୍ମୟ ଭିତରେ ନୀଳଚକ୍ର 

ସତ୍ୟ ସନାତନ ଭରା ପବିତ୍ରତା

ଜହ୍ନଗୋ ତୁମେ ଆକାଶ ବିସ୍ମୟ 

ନୀଳଚକ୍ର ବଡ଼ ଦେଉଳ ବିସ୍ମୟ 

କେବଳ ତୁମେ ହିଁ ତୁମରି ଭିତରେ ଅସ୍ମିତା


Rate this content
Log in

Similar oriya poem from Abstract