STORYMIRROR

ସନାତନ ଦାସ

Romance

3  

ସନାତନ ଦାସ

Romance

ଜହ୍ନ ର ଠିକଣା

ଜହ୍ନ ର ଠିକଣା

1 min
208

ପ୍ରିୟା ମୋର ଭାରି ଅଭିମାନୀ,

ନୀଳ ନୟନା ସେ ଭାରି ହସକୁରି,

ପଚାରିଲା ଦିନେ ମୋତେ ଜହ୍ନର ଠିକଣା,

ଅନ୍ୟମନସ୍କ ହୋଇ ଆକାଶକୁ ଚାହିଁ..!!


ଆସନ୍ତା ନାହିଁ ଜହ୍ନ ତା ହାତ ମୁଠାକୁ,

ଜଡେଇ ଧରନ୍ତା ସେ ସବୁଦିନ ପାଇଁ

ତା ବକ୍ଷର ଉଷୁମ ପରଶରେ...!!


ଈର୍ଷାରେ ମୁଁ ଜଳି ଗଲି

ଜହ୍ନକୁ କରିଲି ଗାଳି,

ମୋ ଜାଗା ନେବାକୁ କିଏ ତୁ

ମୋ ପ୍ରିୟା ହେଲାଣି ତୋତେ ଭାଳି..!!


ତୁ ରହ ତୋର ଗଗନ ବକ୍ଷରେ,

ରାତି ଉଜାଗର କରି ଆଉ ଆସନା,

ମୁଁ କହିଦେବି ମୋ ପ୍ରିୟାକୁ

ଜଣା ନାହିଁ ମୋତେ ଜହ୍ନର ଠିକଣା..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance