STORYMIRROR

Mr.GAGAN BIHARI NAYAK

Romance Fantasy

3  

Mr.GAGAN BIHARI NAYAK

Romance Fantasy

ଜହ୍ନ ଦେଖେ ଲୁଚି ଲୁଚି

ଜହ୍ନ ଦେଖେ ଲୁଚି ଲୁଚି

1 min
623


ଆଜି କିଆଁ ଜହ୍ନ ଲୁଚି ଲୁଚି ଦେଖେ ।

ବହୁଚି ପୂବେଇ ବାଆ ।

ସାଥି ବିନା ଆଜି ଭଲ ଲାଗୁନାହିଁ ।

ମନ ଭାରି ଅମାନିଆଁ (0)


ଆଖି ଆଗେ ସବୁ ଧୂଆଁ ଧୂଆଁ ଦିଶେ ।

ଜହ୍ନରେ ଜଳୁଛି ନିଆଁ ।

ତଥାପି ଝରକା ଫାଙ୍କେ ଚାହିଁ ଦିଏ ।

ଫୁଲେଇ ହେଉଛି କିଆଁ।

କୋଇଲିର ସୁର ବେସୁରା ଲାଗୁଛି ।

ଶିହରିତ ହୁଏ ହିଆ (୧)


ଜହ୍ନକୁ କହିଲି ଚାହିଁବୁନି କେବେ ।

ବଉଦ ଝରକା ଖୋଲି ।

ମୋ ଘର ଝରକା କିଳି ଦେଉଛି ମୁଁ 

ପ୍ରିୟ ଘରେ ନାହିଁ ବୋଲି ।

ଜୋଛନା ରାତିଟା ଦିଶେ ଫିକା ଫିକା ।

ମନରେ ଅଦେଖା ନିଆଁ(୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance