ଜହ୍ନ ଦେଖେ ଲୁଚି ଲୁଚି
ଜହ୍ନ ଦେଖେ ଲୁଚି ଲୁଚି
ଆଜି କିଆଁ ଜହ୍ନ ଲୁଚି ଲୁଚି ଦେଖେ ।
ବହୁଚି ପୂବେଇ ବାଆ ।
ସାଥି ବିନା ଆଜି ଭଲ ଲାଗୁନାହିଁ ।
ମନ ଭାରି ଅମାନିଆଁ (0)
ଆଖି ଆଗେ ସବୁ ଧୂଆଁ ଧୂଆଁ ଦିଶେ ।
ଜହ୍ନରେ ଜଳୁଛି ନିଆଁ ।
ତଥାପି ଝରକା ଫାଙ୍କେ ଚାହିଁ ଦିଏ ।
ଫୁଲେଇ ହେଉଛି କିଆଁ।
କୋଇଲିର ସୁର ବେସୁରା ଲାଗୁଛି ।
ଶିହରିତ ହୁଏ ହିଆ (୧)
ଜହ୍ନକୁ କହିଲି ଚାହିଁବୁନି କେବେ ।
ବଉଦ ଝରକା ଖୋଲି ।
ମୋ ଘର ଝରକା କିଳି ଦେଉଛି ମୁଁ
ପ୍ରିୟ ଘରେ ନାହିଁ ବୋଲି ।
ଜୋଛନା ରାତିଟା ଦିଶେ ଫିକା ଫିକା ।
ମନରେ ଅଦେଖା ନିଆଁ(୨)

